କଟକ ଚୌଦ୍ବାର ଜେଲରୁ ଫେରାର ହୋଇଯାଇଥିବା ଦୁର୍ଦ୍ଦାନ୍ତ କଏଦୀ ବିହାରର ରାଜା ସାହାଣୀକୁ ଗିରଫ କରିଛି କମିସନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍ । ରାଜାକୁ ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଯୋଗେଶ ବାହାଦୂର୍ ଖୁରାନିଆ । ଅଭିଯୁକ୍ତ ଛଦ୍ମ ବେଶରେ ସେଠାରେ ଲୁଚି ରହିଥିଲା । ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କମିସନରେଟ ପୁଲିସ ଓଡ଼ିଶା ଆଣୁଛି । ଗତ ମାସରେ ଅନ୍ୟତମ ଫେରାର କଏଦୀ ମଧୁକାନ୍ତ ରାଣାକୁ ପୁଲିସ ବୃନ୍ଦାବନ ଧାମରୁ ଗିରଫ କରିବାରେ ସକ୍ଷମ ହୋଇଥିଲା।
ଏବେ ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ଫେରାର ପଛର ଗୁମରର ପର୍ଦ୍ଦାଫାସ ହେବ ବୋଲି ଅନୁମାନ କରାଯାଉଛି। ସାରା ଦେଶ ଦୁର୍ଗାପୂଜାରେ ମସଗୁଲ ଥିବା ବେଳେ ଗତ ବର୍ଷ ଅକ୍ଟୋବର ୨ତାରିଖରେ ଏ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚଦରକୁ ଦଉଡ଼ି ଭାବେ ତିଆରି କରି ଜେଲ୍ କାନ୍ଥଡେଇଁ ଫେରାର ହୋଇଯାଇଥିଲେ।
ପୂର୍ବରୁ ଅନ୍ୟତମ ସହଯୋଗୀ ମଧୁକାନ୍ତ ରଣା ବୃନ୍ଦାବନର ଏକ ଗେଷ୍ଟ ହାଉସ୍ ହାଉସ୍ ରେ ଛଦ୍ମନାମରେ ରହୁଥିଲା। ଓଡ଼ିଶାର ଏକ ପୁଲିସ ଟିମ୍ ବୃନ୍ଦାବନରେ ପହଞ୍ଚି ତାକୁ ଗିରଫ କରିଥିଲା।
ଏହି ଦୁଇ ଅଭିଯୁକ୍ତ ଯାଜପୁର ରୋଡ ରେ ପଣ୍ଡା ଜୁଏଲାରୀ ଲୁଟ୍ କରିବା ସହ ୨ଜଣକୁ ଗୁଳି କରି ହତ୍ୟା କରିଥିଲା। ଅଭିଯୁକ୍ତ ଦୁଇଜଣ ଜେଲ୍ ଗ୍ରିଲ୍ କାଟି ଯୋଜନାବଦ୍ଧ ଭାବରେ ଚମ୍ପଟ ମାରିଥିଲେ । ଯାହା ପରେ ଜେଲ୍ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଉଭୟ ଚୌଦ୍ବାର ଜେଲରୁ କେମିତି ଖସିଲେ? ଜେଲ୍ରୁ ଫେରାର ପଛରେ କିଏ କରିଥିଲେ କି ସହଯୋଗ? ତା’ର ଖୁବଶୀଘ୍ର ପର୍ଦ୍ଦାଫାସ ହୋଇପାରେ । ଜେଲ୍ ଅବ୍ୟବସ୍ଥାକୁ ନେଇ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବେଗ ବ୍ୟକ୍ତ କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved