📞 +91 9583789855 📧 info@asmitatv.in
Asmita TV Logo

ଅପରାଧ

ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ଗିରଫ

କଟକ ଚୌଦ୍ବାର ଜେଲରୁ ଫେରାର ହୋଇଯାଇଥିବା ଦୁର୍ଦ୍ଦାନ୍ତ କଏଦୀ ବିହାରର ରାଜା ସାହାଣୀକୁ ଗିରଫ କରିଛି କମିସନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍ । ରାଜାକୁ ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଯୋଗେଶ ବାହାଦୂର୍ ଖୁରାନିଆ । ଅଭିଯୁକ...

ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ଗିରଫ
ଚୌଦ୍ବାର ଜେଲରୁ ଫେରାର୍‌ ଦ୍ବିତୀୟ କଏଦୀ ଗିରଫ

କଟକ ଚୌଦ୍ବାର ଜେଲରୁ ଫେରାର ହୋଇଯାଇଥିବା ଦୁର୍ଦ୍ଦାନ୍ତ କଏଦୀ  ବିହାରର ରାଜା ସାହାଣୀକୁ ଗିରଫ କରିଛି କମିସନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍ । ରାଜାକୁ ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଯୋଗେଶ ବାହାଦୂର୍ ଖୁରାନିଆ । ଅଭିଯୁକ୍ତ ଛଦ୍ମ ବେଶରେ ସେଠାରେ ଲୁଚି ରହିଥିଲା । ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କମିସନରେଟ ପୁଲିସ ଓଡ଼ିଶା ଆଣୁଛି । ଗତ ମାସରେ ଅନ୍ୟତମ ଫେରାର କଏଦୀ ମଧୁକାନ୍ତ  ରାଣାକୁ ପୁଲିସ ବୃନ୍ଦାବନ ଧାମରୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ଏବେ ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ଫେରାର ପଛର ଗୁମରର ପର୍ଦ୍ଦାଫାସ ହେବ ବୋଲି ଅନୁମାନ କରାଯାଉଛି। ସାରା ଦେଶ ଦୁର୍ଗାପୂଜାରେ ମସଗୁଲ ଥିବା ବେଳେ ଗତ ବର୍ଷ ଅକ୍ଟୋବର ୨ତାରିଖରେ ଏ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଚଦରକୁ ଦଉଡ଼ି ଭାବେ ତିଆରି କରି ଜେଲ୍ କାନ୍ଥଡେଇଁ ଫେରାର ହୋଇଯାଇଥିଲେ।

ପୂର୍ବରୁ ଅନ୍ୟତମ ସହଯୋଗୀ ମଧୁକାନ୍ତ ରଣା ବୃନ୍ଦାବନର ଏକ ଗେଷ୍ଟ ହାଉସ୍ ହାଉସ୍ ରେ ଛଦ୍ମନାମରେ ରହୁଥିଲା। ଓଡ଼ିଶାର ଏକ ପୁଲିସ ଟିମ୍ ବୃନ୍ଦାବନରେ ପହଞ୍ଚି ତାକୁ ଗିରଫ କରିଥିଲା।

ଏହି ଦୁଇ ଅଭିଯୁକ୍ତ ଯାଜପୁର ରୋଡ ରେ ପଣ୍ଡା ଜୁଏଲାରୀ ଲୁଟ୍ କରିବା ସହ ୨ଜଣକୁ ଗୁଳି କରି ହତ୍ୟା କରିଥିଲା। ଅଭିଯୁକ୍ତ ଦୁଇଜଣ ଜେଲ୍ ଗ୍ରିଲ୍ କାଟି ଯୋଜନାବଦ୍ଧ ଭାବରେ ଚମ୍ପଟ ମାରିଥିଲେ ।  ଯାହା ପରେ ଜେଲ୍ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା । ଉଭୟ ଚୌଦ୍ବାର ଜେଲରୁ କେମିତି ଖସିଲେ? ଜେଲ୍‌ରୁ ଫେରାର ପଛରେ କିଏ କରିଥିଲେ କି ସହଯୋଗ? ତା’ର ଖୁବଶୀଘ୍ର ପର୍ଦ୍ଦାଫାସ ହୋଇପାରେ । ଜେଲ୍ ଅବ୍ୟବସ୍ଥାକୁ ନେଇ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦବେଗ ବ୍ୟକ୍ତ କରିବା ସହ ଦୃଢ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ।

୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ

ଅପରାଧ

୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ

୧୬ବର୍ଷ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ମାମଲାର ଦୋଷୀକୁ ୨୦ବର୍ଷ ଜେଲଦଣ୍ଡାଦେଶ । ମାମଲାର ଶୁଣାଣି କରି ଦଣ୍ଡାଦେଶ କରିଛନ୍ତି ଯାଜପୁର ଫାଷ୍ଟ...

କୋଣାର୍କରେ ଲଜ୍ଜା

ଅପରାଧ

କୋଣାର୍କରେ ଲଜ୍ଜା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। କୋଣାର୍କରୁ ଆସିଛି ଏଭଳି ଅଭିଯୋଗ। ଗୋଟିଏ ସ୍କୁଲରେ ପଢ଼ନ୍ତି ଉଭୟ ଛାତ୍ରଛ...

ବଢ଼ିବ ଦିନ ତାପମାତ୍ରା ଓ ଗୁଳୁଗୁଳି

ଅପରାଧ

ବଢ଼ିବ ଦିନ ତାପମାତ୍ରା ଓ ଗୁଳୁଗୁଳି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ରାଜ୍ୟରେ ଆଗକୁ ଜାରି ରହିବ ପ୍ରବଳ ଗରମ ଓ ଗୁଳୁଗୁଳି । କାଳବୈଶାଖୀ ପରେ ଜଳୁଛି ସାରା ଓଡ଼ିଶା । ବଢ଼ିବ ଦିନ ତା...

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସରପ୍ରାଇଜ୍ ଭିଜିଟ୍

ଅପରାଧ

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ସରପ୍ରାଇଜ୍ ଭିଜିଟ୍

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ମୈତ୍ରୀ ବିହାର ସ୍ଥିତ ଶକ୍ତି ବିଭାଗର ଇଆଇସିଙ୍କ କ...

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ଅପରାଧ

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଜ୍ୟର କେନ୍ଦ୍ରୀୟ ଜଳସେଚନ ସର୍କଲ ବା ସେଣ୍ଟ୍ରାଲ୍ ଇରିଗେସନ ସର୍କଲର ଅତିରିକ୍...

ଭଦ୍ରକାଳୀ ମନ୍ଦିରରେ ଚୋରି

ଅପରାଧ

ଭଦ୍ରକାଳୀ ମନ୍ଦିରରେ ଚୋରି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଭଦ୍ରକ ସ୍ଥିତ ଭଦ୍ରକାଳୀ ମନ୍ଦିରରେ ଚୋରି। ଭଦ୍ରକ ଭଦ୍ରକାଳୀ ମନ୍ଦିରରେ ମା'ଙ୍କ କୋଠ ବାକ୍ସ ଓ ଷ୍ଟୋର ରୁମ ତା...

ଟ୍ରେନ ଧକ୍କାରେ ଚାଲିଗଲା ଜୀବନ

ଅପରାଧ

ଟ୍ରେନ ଧକ୍କାରେ ଚାଲିଗଲା ଜୀବନ

ଆଉଏକ ଟ୍ରେନ ଦୁର୍ଘଟଣା । ସାମାନ୍ୟ ଅସାବଧାନତାରୁ ଚାଲିଗଲା ଜୀବନ । ଏଭଳି ଅଭାବନୀୟ ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ । ଇଟାୱା- କାନପୁର ସେକ୍ସନ...

ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କ

ଅପରାଧ

ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କ

ପୁଣି ରାଜଧାନୀରେ ଲଜ୍ଜା । ଭୁବନେଶ୍ୱରରେ ହେଲା ମହିଳାଙ୍କୁ ଗଣଦୁଷ୍କର୍ମ । ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ଏହି ବୀଭତ୍ସ କାଣ୍ଡ। ଷ୍ଟେସନ ଛାଡିବ...

ଗଞ୍ଜାମ କୋଟିନଡ଼ା ଥାନା ଭେଟନଇ ଗାଁରେ ଅଭାବନୀୟ ଘଟଣା  : ଗୁରୁତର ଅବସ୍ଥାରେ ବ୍ରହ୍ମପୁର ହସ୍ପିଟାଲକୁ  ସ୍ଥାନାନ୍ତର

ଅପରାଧ

ଗଞ୍ଜାମ କୋଟିନଡ଼ା ଥାନା ଭେଟନଇ ଗାଁରେ ଅଭାବନୀୟ ଘଟଣା : ଗୁରୁତର ଅବସ୍ଥାରେ ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତର

ଆସ୍କା କୋଟିନଡାରେ ଅଭାବନୀୟ ଘଟଣା । ଦେହରେ କିରୋସିନ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଆଉ ଜଣେ ଯୁବତୀ | ଗୁରୁତର ଅବସ୍ଥାରେ ଯୁବତୀଙ୍କୁ...

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved