📞 +91 9583789855 📧 info@asmitatv.in
Asmita TV Logo

ବଢ଼ିବ ଦିନ ତାପମାତ୍ରା ଓ ଗୁଳୁଗୁଳି
Apr 12, 2026

ବଢ଼ିବ ଦିନ ତାପମାତ୍ରା ଓ ଗୁଳୁଗୁଳି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ରାଜ୍ୟରେ ଆଗକୁ ଜାରି ରହିବ ପ୍ରବଳ ଗରମ ଓ ଗୁଳୁଗୁଳି  କାଳବୈଶାଖୀ ପରେ ଜଳୁଛି ସାରା ଓଡ଼ିଶା । ବଢ଼ିବ ଦିନ ତାପମାତ୍ରା ଓ ଗୁଳୁଗୁଳି  ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ଥିବା ବେଳେ ୧୭ ତାରିଖ ଯାଏଁ ଉପକୂଳ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପ୍ରବଳ ଗରମ ଏବଂ ଗୁଳୁଗୁଳି ହେବାର ସମ୍ଭାବନା ରହିଛି । ଆଜି ପାଇଁ ୧୧ ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତି। କାଲିଠୁ ତାତି ଆହୁରି ବଢିବ। ବରଗଡ଼ ଜିଲ୍ଲାକୁ କାଲି ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି। । ୧୩ ତାରିଖ ମଧ୍ୟ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ଗରମ ହେବ । ସମ୍ବଲପୁର, ବଲାଙ୍ଗିର ଓ ବରଗଡ଼ରେ ଗ୍ରୀଷ୍ମଲହରୀ ରହିପାରେ । ୧୪ ତାରିଖ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଭୀଷଣ ଗରମ ଓ ଗୁଳୁଗୁଳି ହୋଇପାରେ । ସମ୍ବଲପୁର, ବଲାଙ୍ଗିର ଓ ବରଗଡ଼ରେ ଗ୍ରୀଷ୍ମଲହରୀ ଜାରି ରହିବ । ୧୫ ଓ ୧୬ ତାରିଖରେ ବି ଗରମରୁ ତ୍ରାହି ମିଳିବନି ।


Author : Asmitatv live Date: 2026-04-12

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved