୧୬ବର୍ଷ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ ମାମଲାର ଦୋଷୀକୁ ୨୦ବର୍ଷ ଜେଲଦଣ୍ଡାଦେଶ । ମାମଲାର ଶୁଣାଣି କରି ଦଣ୍ଡାଦେଶ କରିଛନ୍ତି ଯାଜପୁର ଫାଷ୍ଟଟ୍ରାକ ସ୍ପେଶାଲ କୋର୍ଟ। ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ରାହୁଲ ଘଡ଼ାଇକୁ କୋର୍ଟ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ପାଇଁ ରାୟ ଶୁଣାଇଛନ୍ତି।
୨୦୨୫ ମସିହାରେ ଯାଜପୁର ରୋଡ ଥାନା ଅଞ୍ଚଳର ରାହୁଲ ଘଡ଼ାଇ ୧୬ ବର୍ଷିୟ ନାବାଳିକାକୁ ଅପହରଣ କରି ବାରମ୍ୱାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଯାଜପୁରରୋଡ ଥାନାରେ ଏତଲା ପରେ ଅଭିଯୋକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁଲିସ ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved