📞 +91 9583789855 📧 info@asmitatv.in
Asmita TV Logo

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ
Apr 08, 2026

ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାଜ୍ୟର କେନ୍ଦ୍ରୀୟ ଜଳସେଚନ ସର୍କଲ ବା ସେଣ୍ଟ୍ରାଲ୍ ଇରିଗେସନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କର ୪ଟି ଠିକଣା ସମେତ ତାଙ୍କର ଜଣେ ସଂପର୍କୀୟ ଓ ଘନିଷ୍ଠ ସହଯୋଗୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ବାବୁଙ୍କର ବିପୁଳ ସଂପତ୍ତି ସାମ୍ନାକୁ ଆସିଛି।

ଭିଜିଲାନ୍ସ ଦେଇଥିବା ସୂଚନା ଅନୁଯାୟୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କର ଭୁବନେଶ୍ୱରର ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀର ୮ ନମ୍ବର ଲେନ୍ରେ ଏକ ତିନି ମହଲା କୋଠା ରହିଛି। ଏହା ପ୍ରାୟ ୩ ହଜାର ବର୍ଗଫୁଟ ଜାଗା ଉପରେ ତିଆରି ହୋଇଛି।

ଢେଙ୍କାନାଳର ଭାପୁରର ବିମ୍ବୋଳରେ ଏକ ଫାର୍ମ ହାଉସ୍ ରହିଛି। ୧ ଏକର ୭୧ ଡିସିମିଲ୍ର ଜାଗାରେ ଏହି ଫାର୍ମ ହାଉସ୍ଟି ରହିଛି। ଫାର୍ମ ହାଉସ୍ରେ ଥିବା ଦ୍ୱିମଲା କୋଠାଟି ୪୦୦୦ ବର୍ଗଫୁଟ୍ ଜାଗାରେ ନିର୍ମାଣ କରାଯାଇଛି। 

ତାଙ୍କର ୫ଟି ଦାମୀ ପ୍ଲଟ୍ ଅଛି। ଏଥିରୁ ଗୋଟିଏ ଭୁବନେଶ୍ୱରରେ ଥିବା ବେଳେ ବାକିଗୁଡ଼ିକ ବିମ୍ବୋଳରେ ଅଛି। ତାଙ୍କର ତିନି ମହଲା ବିଶିଷ୍ଟ ଘର ସହିତ ଫାର୍ମ ହାଉସ୍ ଓ ପ୍ଲଟ୍ ଗୁଡ଼ିକର ଦାମ୍ ଜାଣିବା ପାଇଁ ଭିଜିଲାନ୍ସର ବୈଷୟିକ ଟିମ୍ ପକ୍ଷରୁ ମାପଚୁପ ଓ ମୂଲ୍ୟାଙ୍କନ ଜାରି ରହିଛି। 

ଶ୍ରୀ ମହାନ୍ତିଙ୍କ ଘରୁ ନଗଦ ୬ ଲକ୍ଷ ୨୩ ହଜାର ଟଙ୍କା ମିଳିଛି। ଏହା ସହିତ ବିଭିନ୍ନ ଜମା ବାବଦକୁ ସେ ୬୦.୦୯ ଲକ୍ଷ ଟଙ୍କା ଜମା ରଖିଛନ୍ତି। ତାଙ୍କ ଘରୁ ସୁନାଗହଣା ଜବତ କରାଯାଇଛି। ତେବେ ସେଗୁଡ଼ିକ ମୂଲ୍ୟ କେତେ, ସେନେଇ ସୂଚନା ଦିଆଯାଇନାହିଁ। 

ତାଙ୍କ ଘରୁ ଭିଜିଲାନ୍ସ ୧୩.୪୭ ଲକ୍ଷ ଟଙ୍କାର ବିମାନ ଟିକେଟ୍ ଠାବ କରିଛି। ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଇ ସେ ଏହି ଖର୍ଚ୍ଚ କରିଥିବା ଜଣାପଡ଼ିଛି।  ସେହିପରି ତାଙ୍କ ଘରୁ ୨୦ରୁ ଅଧିକ ହାତ ପିନ୍ଧା ଘଡ଼ି ଜବତ କରାଯାଇଛି। ତାଙ୍କର ୨ଟି ଚାରି କାର (Hyundai Sportz & Honda City) ଓ ୨ଟି ଦୁଇ ଚକିଆ ଗାଡ଼ି ଜବତ କରାଯାଇଛି।

ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ଯାଞ୍ଚ ଶେଷ ହେବା ପରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ମୋଟ ସଂପତ୍ତିର ପରିମାଣ ଜଣାପଡ଼ିବ।

Author : Asmitatv Date: 2026-04-08

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved