ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ରିମାଣ୍ଡରେ ଗଲା ରାଜା ସାହାଣୀ । ଚୌଦ୍ୱାର ଜେଲରୁ ଫେରାର ମାମଲାରେ ଗିରଫ ରାଜା ସାହାଣୀକୁ ଆଜି ୭ ଦିନ ରିମାଣ୍ଡରେ ନେଇଛି କର୍ଣ୍ଣାଟକ ପୁଲିସ । ୭ ଦିନ ରିମାଣ୍ଡ ରେ ଯିବାକୁ କଟକ ଜେଏମ୍ଏଫ୍ସି କୋର୍ଟ କର୍ଣ୍ଣାଟକ ପୁଲିସକୁ ଅନୁମତି ପ୍ରଦାନ କରିଥିଲେ । ଆଜି କଡା ସୁରକ୍ଷାରେ ସକାଳୁ କର୍ଣ୍ଣାଟକ ପୁଲିସ୍ ରାଜାକୁ ରିମାଣ୍ଡରେ ନେଇଛି। ନିଜ ରାଜ୍ୟକୁ ନେଇ ସେଠାରେ ପଚରାଉଚରା କରିବ ପୁଲିସ । ଆଜିଠାରୁ ୧୫ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ ।
ମହିଶୂରରେ ୨୦କୋଟି ଡକାୟତି ମାମଲାରେ ରାଜା ସାହାଣୀ ବିରୋଧରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ଅଧିକ ପଚରା ଉଚରା କରିବ କର୍ଣ୍ଣାଟକ ପୁଲିସ । ଖାଲି ସେତିକି ନୁହେଁ ରାଜା ସାହାଣୀ ଠାରୁ ପୁରା କ୍ରାଇମ ସିଣ୍ଡିକେଟ ପଛରେ କେଉଁମାନେ ସବୁ ଅଛନ୍ତି, ୨୦ କୋଟିର ଗହଣା ଡକାୟତି ସମ୍ପର୍କରେ ଗୁମର ଖୋଲିବ କର୍ଣ୍ଣାଟକ ପୁଲିସ । କେବଳ କର୍ଣ୍ଣାଟକ ପୁଲିସ କାହିଁକି, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ, ବିହାର, ଆଦି ରାଜ୍ୟ ପୋଲିସ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ରାଜା ୨୦୨୪ ଅକ୍ଟୋବର ୨ତାରିଖ ରାତିରେ ରାଜା ସହ ମଧୁକାନ୍ତ ରାଣା ଫେରାର ହୋଇଯାଇଥିଲେ। ଫେରାର ହେବାର ୩ମାସ ପରେ ମଧୁ କାନ୍ତ କୁ ବୃନ୍ଦାବନରୁ ଗିରଫ କରାଯାଇଥିଲା। ଏଣେ ରାଜା ନୂଆ ଗ୍ୟାଙ୍ଗ କରି ମହୀଶୂରରୁ ୨୦ରୁ ଅଧିକ କୋଟି ଟଙ୍କାର ସୁନଗହଣା ଲୁଟ୍ କରି ଋଷିକେଶ୍ ରେ ଆତ୍ମ ଗୋପନ କରିଥିଲା। ଓଡ଼ିଶା ପୁଲିସ୍ ତାକୁ ସେଠାରୁ ଗତ ୨ତାରିଖରେ ଗିରଫ କରିଥିଲା।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved