ପୁଣି ରାଜଧାନୀରେ ଲଜ୍ଜା । ଭୁବନେଶ୍ୱରରେ ହେଲା ମହିଳାଙ୍କୁ ଗଣଦୁଷ୍କର୍ମ । ତମାଣ୍ଡୋ ଥାନା ଅଞ୍ଚଳରେ ଘଟିଛି ଏହି ବୀଭତ୍ସ କାଣ୍ଡ। ଷ୍ଟେସନ ଛାଡିବା ଆଳ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ଜଣେ ମହିଳା ତାଙ୍କ ସ୍ବାମୀଙ୍କ ପାଖକୁ ଆସିଥିଲେ। ମହିଳା ଜଣଙ୍କ ସ୍ବାମୀ ଚନ୍ଦକା ଅଞ୍ଚଳରେ ଏକ ଘରୋଇ ଅନୁଷ୍ଠାନରେ କାମ କରୁଥିବା ବେଳେ ସେ ତମାଣ୍ଡୋ ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। ମହିଳାଜଣଙ୍କ ପୁଣି ପଶ୍ଚିମବଙ୍ଗ ଫେରୁଥିବା ବେଳେ ଷ୍ଟେସନ ଛାଡିବା ଆଳ ଦେଖାଇ 2 ଦୁର୍ବୁତ୍ତ ତମାଣ୍ଡୋ ଥାନା ଅଞ୍ଚଳର ରଣସିଂହପୁରରେ ଥିବା ଏକ ପରିତ୍ୟକ୍ତ ଘରେ ନେଇ ବୀଭତ୍ସ କାଣ୍ଡ ଘଟାଇଥିଲେ। କଳେବଳେ କୌଶଳେ ମହିଳା ଜଣକ ସେଠାରୁ ଖସି ଆସି ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଅଭିଯୁକ୍ତଙ୍କୁ ଧରିବା ସହ ମହିଳାଙ୍କର ଡାକ୍ତରୀମାଇନା କରାଯାଇଛି। ଅଭିଯୁକ୍ତଙ୍କୁ ଧରିବା ପରେ ବର୍ତ୍ତମାନ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved