📞 +91 9583789855 📧 info@asmitatv.in
Asmita TV Logo

୩.୬୭ କୋଟି ଟଙ୍କା ହଡପ ମାମଲାର ତଦନ୍ତ କରୁଛି ପୋଲିସ
Apr 04, 2026

୩.୬୭ କୋଟି ଟଙ୍କା ହଡପ ମାମଲାର ତଦନ୍ତ କରୁଛି ପୋଲିସ

ମ୍ବଲପୁର ଜିଲ୍ଲା ଅବକାରୀ ବିଭାଗରୁ ଜାଲିଆତି କରି ୩.୬୭ କୋଟି ଟଙ୍କା ଆତ୍ମସାତ୍‌ ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୩.୪୬ ଲକ୍ଷ ଟଙ୍କା ଜବତ କରାଯାଇଛି । ଘଟଣାରେ ସମ୍ପୃକ୍ତ ଜଣେ ଅବସରପ୍ରାପ୍ତ ଏଏସ୍‌ଆଇ ଫେରାର ଥିବା ଏସପି ମୁକେଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ସରକାରୀ ରାଜକୋଷ ସହ ସମ୍ପୃକ୍ତ ଏହି ଠକେଇ ନଭେମ୍ବର ୨୦୨୨ରୁ ଅକ୍ଟୋବର ୨୦୨୫ ମଧ୍ୟରେ କରାଯାଇଥିଲା। ଅଡିଟ ସମୟରେ ଅନିୟମିତତା ଜଣାପଡ଼ିବା ପରେ ଅବକାରୀ ବିଭାଗ ପକ୍ଷରୁ ଏତଲା ଦିଆଯାଇଥିଲା।

ସମ୍ବଲପୁର ଅବକାରୀ କାର୍ଯ୍ୟାଳୟର ନିଲମ୍ବିତ କନିଷ୍ଠ ସହାୟକ ସନ୍ଦୀପ କୁମାର ପଟ୍ଟନାୟକ ଓ ଅବସରପ୍ରାପ୍ତ ସହାୟକ ଉପନିରୀକ୍ଷକ ଶରତ ଚନ୍ଦ୍ର ବେହେରା ସରକାରଙ୍କ ଆଇଏଫ୍‌ଏମ୍‌ଏସ୍‌ ପୋର୍ଟାଲ ମାଧ୍ୟମରେ ଜାଲ ମଞ୍ଜୁରୀ ଆଦେଶ ତିଆରି କରି ରାଜକୋଷରୁ ପେନସନ ଏବଂ ବକେୟା ପାଇଁ ଉଦ୍ଦିଷ୍ଟ ରାଶିରୁ ୩.୬୭ କୋଟି ଟଙ୍କା ଉଠାଇଥିଲେ। ଏନେଇ ବିଭାଗ ପକ୍ଷରୁ ତନାଘନା ଚାଲିଛି।

Author : Asmitatv Date: 2026-04-04

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved