📞 +91 9583789855 📧 info@asmitatv.in
Asmita TV Logo

କୋଣାର୍କରେ ଲଜ୍ଜା
Apr 16, 2026

କୋଣାର୍କରେ ଲଜ୍ଜା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। କୋଣାର୍କରୁ ଆସିଛି ଏଭଳି ଅଭିଯୋଗ। ଗୋଟିଏ ସ୍କୁଲରେ ପଢ଼ନ୍ତି ଉଭୟ ଛାତ୍ରଛାତ୍ରୀ। ନାବାଳିକା ଛାତ୍ରୀଙ୍କୁ ନାବାଳକ ଛାତ୍ରର ଦୁଷ୍କର୍ମ ଅଭିଯୋଗ। ନାବାଳକକୁ ଅଟକ ରଖିଛି ପୋଲିସ। ସୂଚନା ଅନୁଯାୟୀ, ଦୁହେଁ ଗୋଟିଏ ଟିଉସନରେ ପଢୁଥିଲେ। ଟିଉସନରୁ ଆସିବା ବାଟରେ ନାବାଳିକାଙ୍କୁ ଛାତ୍ର ଜଣକ ଅଲଗା ସ୍ଥାନକୁ ନେଇ ଯାଇଥିଲେ ଏବଂ ସେଠି ଦୁଷ୍କର୍ମ କରିଥିଲା। ଏହି ଘଟଣା ଟି ମାର୍ଚ୍ଚ 25ରେ ଘଟିଥିଲା। ନାବାଳିକା ଟି ଭୟବିତ୍ତ ହୋଇଯାଇଥିବାରୁ ସେତେବେଳେ ତାଙ୍କ ଘରେ କିଛି ଜଣେଇ ନଥିଲା। ହେଲେ ପରେ ଘରଲୋକଙ୍କୁ ଏହି ଘଟଣାର ବିଷୟରେ କହିଥିଲା । ସମ୍ପୂର୍ଣ୍ଣ କଥା ଜାଣିବା ପରେ ଘରଲୋକେ କୋଣାର୍କ ଥାନାରେ ଏତଲା ଦେଇଥିଲେ। ଏତଲା ପାଇବା ପରେ ନାବାଳକକୁ ଅଟକ ରଖିଥିଲା ପୋଲିସ।

Author : Asmitatv live Date: 2026-04-16

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved