ରାଜ୍ୟରେ ଏବେ ଆକାଶରୁ ବର୍ଷୁଛି ନିଆଁ, ଆଉ ତାତିର ତାଉରେ ସନ୍ତୁଳି ହେଉଛି ସାରା ଓଡ଼ିଶା । ତାତି ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ଅସହ୍ୟ ଖରା ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍ କାଟ । ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଏହାସହ ଯୋଡ଼ି ହୋଇଯାଇଛି ବିଜୁଳି ସମସ୍ୟା । ତାତି ବଢିବା ସହ ବିଦ୍ୟୁତ କାଟ ଯୋଗୁ ଛଟପଟ ହେଉଛନ୍ତି ଜନସାଧାରଣ । ସ୍ଥିତି ଏପରି ହୋଇଛି ଯେ, ଗରମ ଏବେ ଜୀବନ ନେବା ଆରମ୍ଭ କଲାଣି । ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।ଆହୁରି ୫ ଦିନ ଏଭଳି ସ୍ଥିତି ଜାରି ରହିବ ବୋଲି ଚେତାବନୀ ଦେଇଛି ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅଧିକାଂଶ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଏଭଳି ସଂକଟ ଜନକ ସ୍ଥିତିରେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ଆସନ୍ତା ୨୬ ତାରିଖ ଯାଏଁ ତାତିରୁ ମିଳିବନି ତ୍ରାହି । ଏମିତିକି ତାପମାତ୍ରା ଆହୁରି ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ବୋଲି ଆକଳନ କରାଯାଉଛି ।ପଶ୍ଚିମ ଓଡ଼ିଶାରେ ୪୫ ଡିଗ୍ରୀ ଯାଏଁ ରହିବ ତାପମାତ୍ରା । ଆଉ ଗୋଟିଏ ଘଣ୍ଟା ଖରାରେ ଠିଆ ହେଲେ, ହୃଦଘାତ, ଅଂଶୁଘାତ ସମ୍ଭାବନା ବି ଢେର ଅଧିକ ରହିଛି
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved