ଯୁକ୍ତ–୨ ପରୀକ୍ଷାର ରି-ଚେକିଂ ପରେ ଆଦିକବି ଶାରଳା ଦାସ କଲେଜ, ତିର୍ତ୍ତୋଲର ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ବିଜ୍ଞାନ ଶାଖାର ଛାତ୍ର ଦିବ୍ୟାଂଶୁ ଚୌଧୁରୀ ପ୍ରଥମେ ୫୬୭ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ତେବେ ସମସ୍ତ ବିଷୟରେ ସନ୍ତୋଷଜନକ ମାର୍କ ପାଇଥିବା ସତ୍ତ୍ୱେ ଇଂରାଜୀ ବିଷୟର ନମ୍ବରକୁ ନେଇ ସେ ଅସନ୍ତୁଷ୍ଟ ଥିଲେ।
ଏହାପରେ କଲେଜର ଅଧ୍ୟାପକମାନେ ଏବଂ ସେ ପାଠ ପଢୁଥିବା ଶାରଳା ମେସ୍ ଆଣ୍ଡ କୋଚିଂ ସେଣ୍ଟରର ଶିକ୍ଷକମାନଙ୍କ ପରାମର୍ଶରେ ଇଂରାଜୀ ଉତ୍ତରଖାତାର ପୁନଃ ମୂଲ୍ୟାଙ୍କନ (ରି-ଚେକିଂ) ପାଇଁ ଆବେଦନ କରାଯାଇଥିଲା। କାଉନସିଲ ପକ୍ଷରୁ ଆବେଦନକୁ ଗୁରୁତ୍ୱର ସହ ବିଚାର କରାଯାଇଥିଲା। ପୁନଃ ମୂଲ୍ୟାଙ୍କନ ପରେ ଦିବ୍ୟାଂଶୁଙ୍କ ଇଂରାଜୀ ବିଷୟରେ ୧୦ ନମ୍ବର ବୃଦ୍ଧି ପାଇଥିଲା। ଫଳରେ ତାଙ୍କର ମୋଟ ନମ୍ବର ୫୭୭ରେ ପହଞ୍ଚି କଲେଜ ଇତିହାସର ସର୍ବାଧିକ ନମ୍ବର ହିସାବରେ ନୂଆ ରେକର୍ଡ ସୃଷ୍ଟି କରିଛି।
ଏହି ସଫଳତା ପରେ ଶାରଳା ମେସ୍ ଆଣ୍ଡ କୋଚିଂ ସେଣ୍ଟର ପକ୍ଷରୁ ଦିବ୍ୟାଂଶୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନିଜ ସଫଳତାର ଶ୍ରେୟ ସେ କଲେଜର ଅଧ୍ୟାପକ-ଅଧ୍ୟାପିକା, କୋଚିଂ ସେଣ୍ଟରର ଶିକ୍ଷକମାନେ, ବାପା-ମା\' ଏବଂ କାଉନସିଲର ସହଯୋଗ ଓ ଆଶୀର୍ବାଦକୁ ଦେଇଛନ୍ତି। ଦିବ୍ୟାଂଶୁଙ୍କ ଏହି କୃତିତ୍ୱ କଲେଜ ପାଇଁ ଗର୍ବର ବିଷୟ ହୋଇଥିବାବେଳେ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛି।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved