📞 +91 9583789855 📧 info@asmitatv.in
Asmita TV Logo

ଓଡ଼ିଆ ଖାଦ୍ୟର ବ୍ରାଣ୍ଡ ଆମ୍ବାସାଡର ହେଲେ ସେଫ୍ ରଣବୀର ବ୍ରାର
Apr 16, 2026

ଓଡ଼ିଆ ଖାଦ୍ୟର ବ୍ରାଣ୍ଡ ଆମ୍ବାସାଡର ହେଲେ ସେଫ୍ ରଣବୀର ବ୍ରାର

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଓଡ଼ିଆ ଖାଦ୍ୟର ବ୍ରାଣ୍ଡ ଆମ୍ବାସାଡର ହେଲେ ବେଶ ଜଣାଶୁଣା ସେଫ୍, ଲେଖକ ଓ ଖାଦ୍ୟ ସମ୍ପର୍କିତ ଗଳ୍ପକାର ରଣବୀର ବ୍ରାର। ଯିଏ କି ନିଜର ନିଆରା ଅନ୍ଦାଜରେ ଓଡିଆ ଖାଦ୍ୟ ସହିତ ଆମ ସଂସ୍କୃତିକୁ ବିଶ୍ବସ୍ତରରେ ପ୍ରଚାର ପ୍ରସାର କରିବେ । ଓଡିଆ ନବବର୍ଷ ଉପଲକ୍ଷେ ରାଜ୍ୟ ସରକାର ଓଡ଼ିଆ ଖାଦ୍ୟକୁ ବିଶ୍ବସ୍ତରରେ ପରିଚୟ ଦେବା ପାଇଁ ଏହି ପଦକ୍ଷେପ ନେଇଛନ୍ତି । ରଣବୀର ବ୍ରାର ଓଡ଼ିଶା ରାଜ୍ୟ ସରକାରଙ୍କ ସହଯୋଗିତା ସହିତ ଓଡ଼ିଆ ଖାଦ୍ୟକୁ କେବଳ ସାମାନ୍ୟ ଖାଦ୍ୟ ରୂପେ ନୁହେଁ ବରଂ ରାଜ୍ୟର ଜୀବନ୍ତ ସାଂସ୍କୃତିକ ପରିଚୟ ହିସାବରେ ପରିବେଷଣ କରିବେ । ଏହାକୁ ନେଇ ସେଫ୍ ରଣବୀର କହିଛନ୍ତି, "ଏହା ଓଡିଆ ଖାଦ୍ୟକୁ ବିଶ୍ବ ପାଇଁ ପୁନଃଆବିଷ୍କାର କରିବା ବିଷୟରେ ନୁହେଁ ବରଂ ଓଡ଼ିଆ ଖାଦ୍ୟକୁ ସାରା ବିଶ୍ବରେ ଏହାର ନିଜସ୍ବ ପରିଚୟ ସହିତ ଉପସ୍ଥାପନ କରିବା ଲକ୍ଷ୍ୟ ରହିଛି ।" ରଣବୀରଙ୍କ ନୂତନ କାହାଣୀ ଆଧାରିତ ପ୍ରଚାର ଉପାୟ ଓଡ଼ିଆ ଖାଦ୍ୟକୁ ଏକ ଭିନ୍ନ ଉପାୟରେ ସମଗ୍ର ବିଶ୍ବ ଆଗରେ ପ୍ରତିଷ୍ଠିତ କରିବ ।


Author : Asmitatv live Date: 2026-04-16

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved