📞 +91 9583789855 📧 info@asmitatv.in
Asmita TV Logo

ସତ୍ତାରୁ ଯିବା ପରେ ଏବେ ଖସୁଛି ବିଜେଡିର ଦଳୀୟ ପାଣ୍ଠି
May 30, 2026

ସତ୍ତାରୁ ଯିବା ପରେ ଏବେ ଖସୁଛି ବିଜେଡିର ଦଳୀୟ ପାଣ୍ଠି

ଓଡ଼ିଶାରେ କ୍ଷମତାରୁ ଯିବା ପରେ ଏବେ ବିଜେଡିର ପାଣ୍ଠି ଉପରେ ବଡ଼ ପ୍ରଭାବ ପଡ଼ିଛି । ଆସୁଛି କମ୍, ହେଲେ ଖର୍ଚ୍ଚ ହେଉଛି ଅଧିକ । ADR ଅର୍ଥାତ୍ ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସର ସଦ୍ୟ ପ୍ରକାଶିତ ରିପୋର୍ଟରୁ ସାମ୍ନାକୁ ଆସିଛି ଏଭଳି ଏକ ଚମକାଇଲା ଭଳି ତଥ୍ୟ ।

କେବଳ ବିଜେଡି ନୁହେଁ, ଦେଶର ପ୍ରାୟ ୩୬ଟି ଆଞ୍ଚଳିକ ଦଳର ଆୟ ପୂର୍ବ ଅପେକ୍ଷା ଯଥେଷ୍ଟ କମିଛି । ସରକାର ବଦଳିବା ପରେ ବଦଳି ଯାଇଛି ଆଞ୍ଚଳିକ ଦଳଗୁଡ଼ିକର ଆର୍ଥିକ ସ୍ଥିତି ।

ଆସୁଛି କମ୍, ଯାଉଛି ଅଧିକ । ସତ୍ତାରୁ ଯିବା ପରେ ଏବେ ଖସୁଛି ବିଜେଡିର ଦଳୀୟ ପାଣ୍ଠି । ଗତ ମେ ୨୭ରେ ପ୍ରକାଶ ପାଇଥିବା ADR ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେଡିର ମୋଟ ଆୟ ୧୧୦ କୋଟି ଟଙ୍କା ଥିବାବେଳେ ଦଳ ଖର୍ଚ୍ଚ କରିଛି ପ୍ରାୟ ୨୮୮ କୋଟି ଟଙ୍କା ।

ଏହି ୧୧୦ କୋଟି ମଧ୍ୟରୁ ଦଳ ୬୦ କୋଟି ଟଙ୍କା ଡୋନେସନ୍ ବା ପାଣ୍ଠି ସୂତ୍ରରୁ ପାଇଥିବା ବେଳେ ୫୦ କୋଟି ଟଙ୍କା ବ୍ୟାଙ୍କ ସୁଧ ଆକାରରେ ପାଇଛି । ବଡ଼ କଥା ହେଉଛି, ୨୦୨୪ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୨୩-୨୪ ବର୍ଷରେ ବିଜେଡି ପ୍ରାୟ ୨୯୭ କୋଟି ଟଙ୍କା ଆୟ କରିଥିଲା । ତେବେ ବିରୋଧୀ ଦଳରେ ଥିବା ବେଳେ ପାଣ୍ଠି କମିବା କୌଣସି ବଡ଼ କଥା ନୁହେଁ ବୋଲି କହିଛନ୍ତି ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା ।

Author : asmitatv live Date: 2026-05-30

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved