📞 +91 9583789855 📧 info@asmitatv.in
Asmita TV Logo

୮ରୁ ରତ୍ନଭଣ୍ଡାର ଗଣତି
Apr 04, 2026

୮ରୁ ରତ୍ନଭଣ୍ଡାର ଗଣତି

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି। ୮ତାରିଖରୁ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ସୂଚନା ଦେଇଛନ୍ତି । ନୀତି-ବହୁଳ ଦିନ ଓ ରବିବାର ବ୍ୟତୀତ ଏହି ପବିତ୍ର ପ୍ରକ୍ରିୟା ଜାରି ରହିବ । ମହାପ୍ରଭୁଙ୍କ ଅସୀମ ଆଶୀର୍ବାଦ ସଦା ରହିଥାଉ ବୋଲି ମୁଖ୍ୟ ପ୍ରଶାସକ ଟ୍ବିଟ କରିଛନ୍ତି । 

ମିଳିଥିବା ସୂଚନା ଅନୁଯାୟୀ , ଏପ୍ରିଲ ୮, ୯ ଓ ୧୦ରେ ବାହାର ରତ୍ନଭଣ୍ଡାରର ଦ୍ୱିତୀୟ ପର୍ଯ୍ୟାୟ ଗଣତି ମଣତି । ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କିମ୍ୱା ନୀତିକାନ୍ତିରେ କିଭଳି ବାଧାପ୍ରାପ୍ତ ନହେବ ସେନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଥିଲା । ଏହା ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି ହେବ ବୋଲି କୁହାଯାଇଥିଲା । ରଥଯାତ୍ରା ପାଇଁ ୬ ମାସ ଆଗରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବାରମ୍ବାର ବୈଠକ ବସିଥିଲା ।  ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଥିଲା । ତାପରେ ଭିତର ରତ୍ନ ଭଣ୍ଡାର ଗଣତି ମଣଟି ହେବ ବୋଲି ଜଣାଯାଇଥିଲା । ଆଶା କରାଯାଉଥିଲା ସବୁ କାମ ଠିକଣା ସମୟରେ ସରିବ ।

Author : Asmitatv liv Date: 2026-04-04

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved