ଏସ୍ସିବି ଆଇସିୟୁ ଅଗ୍ନିକାଣ୍ଡ ଘଟଣାର ହେବ ନ୍ୟାୟିକ ତଦନ୍ତ । ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଲକ୍ଷ୍ମୀଧର ବିଶ୍ବାଳ ଏହାର ତଦନ୍ତ କରିବେ । ରାଜ୍ୟ ସରକାର ବିଜ୍ଞପ୍ତିରେ ଏହା ଦର୍ଶାଇଛନ୍ତି । କିପରି ଓ କେଉଁ ପରିସ୍ଥିତିରେ ଆଇସିୟୁରେ ନିଆଁ ଲାଗିଲା? ଅଗ୍ନିକାଣ୍ଡ ବେଳେ ଦାୟିତ୍ବରେ ଥିବା କର୍ମଚାରୀ କ’ଣ କରୁଥିଲେ? ସେହି ସମୟରେ ନିଆଁ ଲିଭା ପାଇଁ ହସ୍ପିଟାଲ ପକ୍ଷରୁ କି କି ବ୍ୟବସ୍ଥା ଓ ପ୍ରସ୍ତୁତି ହୋଇଥିଲା? ଅଗ୍ନିକାଣ୍ଡରୁ ରୋଗୀଙ୍କ ଜୀବନ ବଞ୍ଚାଇବାକୁ କ’ଣ ପଦକ୍ଷେପ ନିଆଯାଇଥିଲା? ଏଭଳି ତମାମ ଦିଗରେ ତନ୍ନ ତନ୍ନ କରି ଯାଞ୍ଚ କରିବେ ଜଷ୍ଟିସ୍ ଲକ୍ଷ୍ମୀଧର ବିଶ୍ବାଳ ଓ ତାଙ୍କ ଟିମ୍ ।
ସୂଚନାଯୋଗ୍ୟ ଯେ, ଗତ ରବିବାର ରାତିରେ SCB ମେଡିକାଲ ଟ୍ରମା କେୟାର I CUରେ ନିଆଁ ଲାଗି ୧୨ ଜଣ ରୋଗୀଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଏହା ପଛରେ କିଏ କେମିତି କିପରି ହେଲା ତାହାର ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏହାଛଡ଼ା ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ନେତୃତ୍ବରେ ଏକ ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ଅନ୍ୟପଟେ ଏହାକୁ ନେଇ ମୃତକଙ୍କ ପରିବାରଙ୍କୁ ସରକାରଙ୍କ ତରଫରୁ ସହାୟତା ରାଶି ପ୍ରଦାନ କରାଯିବ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved