ଓଡ଼ିଶାକୁ ଘାରିଲା ଅଂଶୁଘାତ ଡର। ଆଗକୁ ବଢିବ ତାତି,ଜାରି ହେଲା ସତର୍କତା। ଦିନର ତାପମାତ୍ରା ବଢିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସତର୍କତା ଜାରି କରିଛି । ସୂଚନା ଅନୁଯାୟୀ, ଆଗକୁ ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ବଢିବ । ଉପରମୁହାଁ ହେବ ତାପମାତ୍ରା। କଲବଲ କରିବ ଖରା । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ଏହାକୁ ନେଇ ଶ୍ରମ ବିଭାଗ ଆଣିଛି ନୂଆ ଗାଇଡଲାଇନ୍। ଗ୍ରୀଷ୍ଣ ପ୍ରବାହ ଯୋଗୁଁ ଅଂଶୁଘାତ ହେବାର ଆଶଙ୍କା ବଢ଼ିବାରେ ଲାଗିଛି । ଏଥିପାଇଁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କ ପାଇଁ ବିଶେଷ ପଦକ୍ଷେପ ନେବାକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। .
ଏହାସହ ଏପ୍ରିଲ ୧ରୁ ଜୁନ୍ ୧୫ ତାରିଖ ଯାଏଁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ନିଯୁକ୍ତିଦାତା ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସବୁ ରାଜସ୍ବ କମିଶନର, ଜିଲ୍ଲାପାଳ ଓ ଶ୍ରମ କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ କାଳବୈଶାଖୀ ଯୋଗୁଁ ଖରାରୁ ଟିକେ ଆଶ୍ବସ୍ତି ମିଳିଥିଲା ରାଜ୍ୟବାସୀଙ୍କୁ। ମେଘୁଆ ପାଗ ସହ ମଧ୍ୟମ ଧରଣର ବର୍ଷ ଏବଂ ଏବଂ ଥଣ୍ଡା ପବନ ପାଇଁ ତାତିରୁ ଟିକେ ଶାନ୍ତି ମିଳିଥିଲା। ହେଲେ ପୁଣିଥରେ ଆକାଶରୁ ବର୍ଷିବ ନିଆଁ । ବଢିବ ଦିନ ତାପମାତ୍ରା।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved