📞 +91 9583789855 📧 info@asmitatv.in
Asmita TV Logo

PNG ସଂଯୋଗ ବୃଦ୍ଧି ପାଇଁ ଦିଆଯାଇଛି ମନ୍ତ୍ରୀ  ; ଅତି ସହଜରେ ଗ୍ୟାସ୍ ଆସିବ, ଟ୍ରାନ୍ସପୋର୍ଟ ଚାର୍ଜ ପଡ଼ିବ ନାହିଁ
Mar 28, 2026

PNG ସଂଯୋଗ ବୃଦ୍ଧି ପାଇଁ ଦିଆଯାଇଛି ମନ୍ତ୍ରୀ ; ଅତି ସହଜରେ ଗ୍ୟାସ୍ ଆସିବ, ଟ୍ରାନ୍ସପୋର୍ଟ ଚାର୍ଜ ପଡ଼ିବ ନାହିଁ


ଗର ଅଞ୍ଚଳରେ PNG ସଂଯୋଗ ବୃଦ୍ଧି କିପରି ଶୀଘ୍ର ହୋଇପାରିବ ଟାର୍ଗେଟ ଦିଆଯାଇଛି । ପ୍ରାଥମିକତା ଭିତ୍ତିରେ ଭୁବନେଶ୍ୱର, କଟକ ଭଳି ସହରରେ PNG ସଂଯୋଗକୁ ବୃଦ୍ଧି କରିବା ଯୋଜନା କରାଯିବ । ଅତି ସହଜରେ ଗ୍ୟାସ୍ ଆସିବ, ଟ୍ରାନ୍ସପୋର୍ଟ ଚାର୍ଜ ନାହିଁ ।

ଭୁବନେଶ୍ବର ଲୋକଙ୍କୁ PNG /LPG ଯୋଗାଣ ନେଇ ଦିଲ୍ଲୀର ବିଜ୍ଞାନ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଛି । ଏହି ବୈଠକରେ କେନ୍ଦ୍ର ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ, ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀ ଉପସ୍ଥିତ ଥିଲେ । ଓଡ଼ିଶାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୈଠକରେ ଯୋଗ ଦେଇଥିଲେ ।

ବୈଠକ ପରେ ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, ନଗର ଅଞ୍ଚଳରେ PNG ସଂଯୋଗ ବୃଦ୍ଧି କିପରି ଶୀଘ୍ର ହୋଇପାରିବ ତାକୁ ନେଇ ଟାର୍ଗେଟ ଦିଆଯାଇଛି । ପ୍ରାଥମିକତା ଭିତ୍ତିରେ ଭୁବନେଶ୍ୱର, କଟକ ଭଳି ସହରରେ ଆମେ PNG ସଂଯୋଗକୁ ବୃଦ୍ଧି କରିବା ଯୋଜନା କରାଯିବ । ଓଡ଼ିଶାର ଅନ୍ୟ ନଗର ମ୍ୟୁନିସିପାଲଟିରେ ମଧ୍ୟ PNG ସଂଯୋଗ ବୃଦ୍ଧି ପାଇଁ ଯୋଜନା କରିବୁ । ଭାରତରେ ୬୦% ପ୍ରତିଶତ PNG ଉତ୍ପାଦନ ହେଉଛି । ଏଥିରେ ଅତି ସହଜରେ ଗ୍ୟାସ୍ ଆସିବ, ଟ୍ରାନ୍ସପୋର୍ଟ ଚାର୍ଜ ନାହିଁ । ଲୋକେ କମ୍ ଅର୍ଥରେ ଏହା ପାଇବେ ।


ଯେଉଁମାନେ PNG ସଂଯୋଗ ନେବେ ସେମାନେ ଆଉ LPG ରଖି ପାରିବେ ନାହିଁ । ଲୋକେ ପାନିକ୍ ହେବା ଯୋଗୁଁ ୩୦% ଅଧିକ ବୁକିଂ ବଢ଼ିଯାଇଛି । ଆମ ପାଖରେ ସମସ୍ତେ ଗ୍ୟାସ୍ ପେଟ୍ରୋଲ, ଡିଜେଲ ମହଜୁଦ ଅଛି । କୌଣସି ସଙ୍କଟ ନାହିଁ । ସବୁ ସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ । ଓଡ଼ିଶା ଫେରିବା ପରେ କିପରି ଏହାକୁ ଗ୍ରାଉଣ୍ଡରେ ଇମ୍ପ୍ଲିମେଣ୍ଟ କଆଯିବ ସେ ବିଷୟରେ ଖୁବ୍ ଶୀଘ୍ର ଅନ୍ୟ ବିଭାଗର ମନ୍ତ୍ରୀଙ୍କ ସହିତ ବୈଠକ କରିବେ ବୋଲି ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି ।


Author : asmiitatv live Date: 2026-03-28

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved