📞 +91 9583789855 📧 info@asmitatv.in
Asmita TV Logo

ତାମିଲନାଡୁ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି।
May 08, 2026

ତାମିଲନାଡୁ ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି।

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି:ପ୍ରତି ମୁର୍ହୁତରେ ବଦଳୁଛି ତାମିଲନାଡୁ ରାଜ୍ୟର ରାଜନୀତିକ ସମୀକରଣ  । କିଏ ହେବ ପରବର୍ତୀ ମୁଖ୍ୟମନ୍ତ୍ରୀ ତାକୁ ନେଇ ଲାଗିରହିଛି  ସସପେନ୍ସ । ପ୍ରତି ମୁହୂର୍ତ୍ତରେ ସମିକରଣ ବଦଳୁଥିବା ବେଳେ, ଏବେ ରାଜ୍ୟପାଳଙ୍କ ଉପରେ ରହିଛି  ସମସ୍ତଙ୍କ ନଜର ।

() ଚଳିତ ନିର୍ବାନରେ ଭାରି ଓଲଟଫେର କରିବାରେ ସକ୍ଷମ ହୋଇଛନ୍ତି ସୁପରଷ୍ଟାର ଥାଲାପତି ବିଜୟ ।  ତାମିଲନାଡୁ ରାଜନୀତିରେ ଥାଲାପତି ବିଜୟଙ୍କ ରାଜ୍ୟ ନିର୍ବାଚନରେ ପ୍ରବେଶ ହିଁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ଡିଏମକେ  ଓ ଏଆଇଡିଏମକେକୁ  ଦେଇଛନ୍ତି କଡା ଚ୍ୟାଲେଞ । ପ୍ରଥମ ରାଜନୀତିକ ପର୍ଦାପଣରେ ଡିଏମକେ  ଓ ଏଆଇଡିଏମକେକୁ ଧରାଶାୟି କରିବାରେ ସକ୍ଷମ ହୋଇଛନ୍ତି ବିଜୟ । ଡିଏମ୍ କେ ଏବଂ ଏଆଇ ଡିଏମ୍ କେର ଦୀର୍ଘ ୬୦ ବର୍ଷର ବଂଶବାଦୀ ଶାସନକୁ ଧରାଶାୟି  କରିଛି ବିଜୟଙ୍କ ଦ୍ୱାରା ପ୍ରତିଷ୍ଟିତ ଟିଭିକେ ଦଳ  । ଚେନ୍ନାଇ, ମଦୁରାଇ ଓ କୋଙ୍ଗୁନାଡୁ ଅଞ୍ଚଳରେ ଦମଦାର ପ୍ରଦର୍ଶନ କରି ବିଜୟ ନିଜକୁ ଏକ ନୂଆ “ଜନନେତା” ଭାବେ ପ୍ରତିଷ୍ଠା କରିପାରିଛନ୍ତି ।  ଦୀର୍ଘ ବର୍ଷର ବଂଶବାଦ ରାଜନିତୀକୁ ଚ୍ୟଲେଞ କରି ସର୍ବାଧିକ ଏମ ଏ ଏଲ ସିଟ ହାସଲ କରିଛନ୍ତି ବିଜୟ । ତାଙ୍କର ଟିଭିକେ ଦଳ ତାମିଲନାଡୁ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ କରିଥିବା ଚର୍ଚ୍ଚା ଚାଲିଛି।

କିନ୍ତୁ ଏହି ସଫଳତା ମଧ୍ୟରେ ଏବେ ବଡ଼ ସଂକଟରେ ପଡ଼ିଛି ବିଜୟଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ। ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର ୧୧୮ ଥିବାବେଳେ, ବିଜୟ ୧୦୮ ସିଟ ପାଇଛନ୍ତି ଯାହାକି ମ୍ୟଜିକ ନମ୍ବରୁ ୧୦ଟି ସିଟ କମ । ତେବେ ୫ ସିଟ ପାଇଥିବା କଂଗ୍ରେସ ଟିଭିକେକୁ ସମର୍ଥନ ଦେଇଛି । ତଥାପି ମ୍ୟଜିକ ନମ୍ବର ଠାରୁ ଦୁରରେ ରହିଛନ୍ତି ଥାଲପତି ବିଜୟ । ତେବେ ଏହା ମଧ୍ୟରେ ଟିଭିକେ ମୁଖ୍ୟ ବିଜୟ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି । 


ସେପଟେ  ୫୦ଦଶକରୁ ଅଧିକ ସମୟ ହେବ ରାଜନୀତି ରାବିଡି ଖାଇଥିବା ଡିଏମ୍ କେ ଏବଂ ଏଆଇ ଡିଏମ୍ କେ ତାମିଲନାଡୁର ଜନାଦେଶକୁ ହଜମ  କରିପାରୁ ନାହଁନ୍ତି  । ଯେନତେନ ପ୍ରକାରେ ସତା ହାସିଲ କିରବା ପାଇଁ ଜୋଡତୋଡ ଆରମ୍ଭ କରିଦେଇଛନ୍ତି । ବିଶେଷ ପରିସ୍ଥିତିରେ ଦୁଇ ପ୍ରମୁଖ ବିରୋଧି ଦଳ ହାତମିଳାଇବାକୁ ଯାଉଛନ୍ତି ।  ଜନାଦେଶ କୁ ମାନିବା ପରିବର୍ତ୍ତ  ଡିଏମ୍ କେ ଓ ଏଆଇ ଡିଏମ୍ କେ ମିଳିତଭାବେ ସରକାର ଗଢିବାକୁ ହାତ ମିିଳାଇଛନ୍ତି ।   କୌଣସି ଦଳର ସଂଖ୍ୟା ଗରିଷ୍ଟତା ନଥିବାରୁ ରାଜ୍ୟ ତଥା ଦେଶବାସୀଙ୍କ ନଜର ଏବେ ରାଜ୍ୟପାଳଙ୍କ ଉପରେ । 


କୌଣସି ଦଳର ପୂର୍ଣ୍ଣ ସଂଖ୍ୟାଗତ ସମର୍ଥନ ନଥିବାରୁ ରାଜ୍ୟପାଳଙ୍କ ନିଷ୍ପତ୍ତି ଏବେ ତାମିଲନାଡୁ ରାଜ୍ୟର ରାଜନୀତିକ ଭବିଷ୍ୟତ ନିର୍ଣ୍ଣୟ କରିପାରେ।

ଏହି ସମୟରେ ଡିଏମ୍ କେ  ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କ ଏକ ବଡ଼ ବୟାନ ରାଜନୀତିକ ଚର୍ଚ୍ଚାକୁ ଆହୁରି ତୀବ୍ର କରିଦେଇଛି। ଷ୍ଟାଲିନଙ୍କ ଏକ ବୟାନ ଅନୁଯାଇ ଡିଏମ୍ କେ ଏବଂ ଏଆଇ ଡିଏମ୍ ମିଶି ସରକାର ଗଠନ କରିପାରନ୍ତି ।  ଏହି ବୟାନ ପରେ ତାମିଲନାଡୁରେ ରାଜନୀତିକ ଗଣିତ ବଦଳିବାର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏବେ ସବୁଠୁ ବଡ଼ ପ୍ରଶ୍ନ—  କିଏ ହେବେ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? କିଏ ଧରିବେ ତାମିଲନାଡୁର ମଙ୍ଗ  ଥାଲାପତି ବିଜୟ - ନା ( ଇ କେ ପାଲନସ୍ୱାମି )  ନା ( ଏମ କେ ଷ୍ଟାଲିନ )

Author : asmitatv live Date: 2026-05-08

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved