ଯଥେଷ୍ଟ ପୂର୍ବରୁ ସରିଛି ଅଖ ଚକ ଡେରା ନୀତି। ଶୀତଳ ଷଷ୍ଠୀରେ ପ୍ରାୟ ସମସ୍ତ ଚକ ଅଖ ଡେରା ହେଉଥୁବା ବେଳେ ଏଥର ଆଗୁଆ ହୋଇଛି। ତେବେ ଭଉଁରୀ ଦିନ ତିନି ରଥର ନାହାକା ଚକ ଅଖ ଡେରା ସରିଥିବା ବେଳେ ଆଜି ୧୮ଟି ଅଖରେ ୩୬ଟି ଚକ ସଂଯୋଗ ହୋଇ ହରିବୋଲ ପକାଇଛନ୍ତି ଭୋଇ ସେବକ। ତେବେ ପ୍ରଥମେ ତାଳଧ୍ଵଜ ରଥର ବାକି ୬ଟି ଅଖରେ ୧୨ଟି ଚକ, ସେହିପରି ନନ୍ଦିଘୋଷରେ ବାକି ୭ଟି ଅଖରେ୧୪ଟି ଚକ ଓ ଦେବ ଦଳନ ରେ ୫ଟି ଅଖରେ ୧୦ଟି ଚକ ସଂଯୋଗ କରି ଚକ ଅଖ ଡେରା ନୀତି ସରିଛି। ଏହାପରେ କଳଷା ତା ପରେ ବନ୍ଧ ଦିଆହୋଇ ଲାଗିବ ଦଣ୍ଡା। ତା ପରେ ଲାଗିବ ମେଂଢ଼ୀ। ତେବେ ଦ୍ରୁତ ଗତିରେ ଆଗେଇ ଚାଲିଛି ବିଶ୍ୱ ନିଅନ୍ତାଙ୍କ ରଥନିର୍ମାଣ କାର୍ଯ୍ୟ ।୪୧ ଦିନରେ ଚଳଚଞ୍ଚଳ ରଥଖଳା ।ବିଭିନ୍ନ ବର୍ଗର ୨୦୫ ସେବକ କରୁଛନ୍ତି ନିର୍ମାଣ କାର୍ଯ୍ୟ।ସମାନ୍ତରାଳ ଭାବରେ ତିନି ରଥର ଚାଳି ରେ ଜାରି ରହିଛି କାର୍ଯ୍ୟ ।ଭଉଁରୀ ତିଥିରେ ହୋଇଥିଲା ଚକ ଅଖ ଡେରା ନୀତି ।ସମସ୍ତ ରଥର ଗୋଟିଏ ଲେଖାଏଁ ଅଖ ଓ ଦୁଇଟି ଲେଖାଏଁ ଚକ ଡେରା ହୋଇଥିଲା।ଆଜି ଅନ୍ୟ ସମସ୍ତ ଅଖ - ଚକ ଡେରା ସମ୍ପନ୍ନ ହୋଇଛି ।ତିନିରଥର 42 ଚକ - 21 ଅଖ ର ସଂଯୋଗ ହୋଇଛି
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved