📞 +91 9583789855 📧 info@asmitatv.in
Asmita TV Logo

ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱ
May 25, 2026

ପଶ୍ଚିମବଙ୍ଗରେ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱ

ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ଏବଂ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନ ହେବା ପରେ, ସମଗ୍ର ରାଜ୍ୟରେ ବେଆଇନ ନିର୍ମାଣ ବିରୋଧରେ ଆରମ୍ଭ ହୋଇଯାଇଛି ବୁଲଡ଼ୋଜର କାର୍ଯ୍ୟାନୁଷ୍ଠାନ। ଯାହା କ୍ରମାଗତ ଭାବରେ ସମଗ୍ର ରାଜ୍ୟରେ ତୀବ୍ର ହେବାରେ ଲାଗିଛି। ଏହି କ୍ରମରେ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲା ସଦର ମହକୁମା ଆସନସୋଲ ସ୍ଥିତ ବର୍ନପୁର ଅଞ୍ଚଳରେ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ ଜମିରେ ନିର୍ମିତ ହୋଇଥିବା ଜଣେ ତୃଣମୂଳ କଂଗ୍ରେସ ନେତାଙ୍କ କାର୍ଯ୍ୟାଳୟ ବୁଲଡୋଜର କାର୍ଯ୍ୟାନୁଷ୍ଠାନରେ ମାଟିରେ ମିଶିଯାଇଛି।

ଶନିବାର ବର୍ନପୁର ରେଳ ଷ୍ଟେସନ ନିକଟରେ ଅବସ୍ଥିତ ଟିଏମସି କାଉନସିଲର ଅଶୋକ ରୁଦ୍ରଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ହୋଇଛି ବୁଲଡୋଜର ଆକ୍ସନ। ଟିଏମସି ନେତାଙ୍କ କାର୍ଯ୍ୟାଳୟ ସେଲ୍-ଆଇଏସ୍ପି ଇଣ୍ଡିଆନ୍ ଆଇରନ୍ ଆଣ୍ଡ ଷ୍ଟିଲ୍ କମ୍ପାନୀ ଜମିରେ ନିର୍ମିତ ହୋଇଥିବାର ଜଣାପଡ଼ିଛି। ସ୍ଥାନୀୟ ପ୍ରଶାସନ ଏବଂ ସେଲ୍ ଅଧିକାରୀଙ୍କ ଉପସ୍ଥିତିରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ବିଗତ କିଛି ଦିନ ମଧ୍ୟରେ ବର୍ନପୁର ଅଞ୍ଚଳରେ ବୁଲଡୋଜର ଆକ୍ସନ ଦ୍ୱାରା ଭଙ୍ଗା ଯାଇଥିବା ଏହା ହେଉଛି ଚତୁର୍ଥ ଟିଏମସି ଦଳୀୟ କାର୍ଯ୍ୟାଳୟ।

Author : asmitatv live Date: 2026-05-25

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved