📞 +91 9583789855 📧 info@asmitatv.in
Asmita TV Logo

ପୁଣି ତେଜିଲା ଇରାନ୍ ଆମେରିକା ଯୁଦ୍ଧ : ଇରାନର ମିସାଇଲ ମାଡରେ ଜଳିଗଲା ଭାରତୀୟ ଥିବା ଜାହାଜ
Jul 13, 2026

ପୁଣି ତେଜିଲା ଇରାନ୍ ଆମେରିକା ଯୁଦ୍ଧ : ଇରାନର ମିସାଇଲ ମାଡରେ ଜଳିଗଲା ଭାରତୀୟ ଥିବା ଜାହାଜ


ପୁଣି ଘନେଇଲା ଇରାନ ଆମେରିକା ଯୁଦ୍ଧ । ସମୁୁଦ୍ର ମଝିରେ ମହାଲଢେଇ । ପ୍ରଥମେ ଟ୍ରମ୍ପଙ୍କୁ ଇରାନ୍‌ର ଧମକ୍  ଆଉ ପରେ ପରେ ୧୦୦୦ ମିଶାଇଲ୍ ମାଡ କରିବାର ଖୋଲା ଖୋଲି ଚେତାବନି ଦେଇଥିଲେ ଆମେରିକା ରାଷ୍ଟ୍ରପତି । 

ସୂଚନା ଅନୁଯାୟୀ ରବିବାର ଇରାନର ମିସାଇଲ ମାଡରେ ଜଳିଯାଇଛି ଭାରତୀୟ ଥିବା ଜାହାଜ । ଓମାନ ଉପକୂଳରେ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଏକ ବାଣିଜ୍ୟିକ ଜାହାଜ ଉପରେ ଭୟାବହ ଆକ୍ରମଣ କରିଛି ଇରାନ୍ । 

ସବୁଠାରୁ ଚିନ୍ତାକର ବିଷୟ ହେଉଛି ଏହି ଜାହାଜରେ ୧୧ ଜଣ ଭାରତୀୟ ନାଗରିକ ଥିଲେ । ସେମାନଙ୍କ ଭିତରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡିଛି । 

ମିଳିଥିବା ସୂଚନା ଅନୁଯାୟୀ, ସାଇପ୍ରସର ପତାକା ଲାଗିଥିବା ବାଣିଜ୍ୟିକ ଜାହାଜ GFS ଗାଲାକ୍ସି ଉପରେ ଏହି ଆକ୍ରମଣ ହୋଇଛି। ଏହାପରେ ଜାହାଜରେ ନିଆଁ ଲାଗିଯାଇଥିଲା ଓ ଜୀବନ ବଞ୍ଚାଇବା ପାଇଁ କ୍ରୁ-ସଦସ୍ୟମାନେ ସେଠାରୁ ଡେଇଁପଡ଼ିଥିଲେ। ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଆକ୍ରମଣକୁ କଡ଼ା ନିନ୍ଦା କରିଛି। ଓମାନରେ ଥିବା ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ମିଶି ନିଖୋଜ ଭାରତୀୟଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଓ ରେସକ୍ୟୁ ଅପରେସନ ଜାରି ରଖିଛନ୍ତି। 


Author : Date: 2026-07-13

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved