📞 +91 9583789855 📧 info@asmitatv.in
Asmita TV Logo

ବିବାଦରେ  ଲେଖାଶ୍ରୀ
Apr 03, 2026

ବିବାଦରେ ଲେଖାଶ୍ରୀ

ପୁଣି ବିବାଦରେ ଛନ୍ଦି ହେଲେ ବିଜେଡି ମହିଳା ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଲେଖାଶ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ନେଇ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଛି। 

ସୂଚନା ମୁତାବକ ,ରାଜ୍ୟ ମୁଖ୍ୟ ପୃଷ୍ଟ ପୋଷାକ ତଥା ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଉପରେ ଦେଇଥିବା ଆପତ୍ତିଜନକ ଟିପଣି କୁ ବିରୋଧ କରି ଆଜି କଟକ ଜିଲ୍ଲାପାଳ ଏବଂଗ୍ରାମାଞ୍ଚଳ ଏସପିଙ୍କ କାଯ୍ୟଳୟ ଠାରେ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଶାନ୍ତିପୁର୍ଣ୍ଣ ପ୍ରତିବାଦ କରାଯାଇଛି। ଏହା ସହ ଲେଖାଶ୍ରୀ ସାମନ୍ତସିଂହାର ଙ୍କ ବିରୁଦ୍ଧରେ ନାରାବାଜି କରିବା ସହ ସେ ଦେଇଥିବା ମନ୍ତବ୍ୟ ପାଇଁ ନିସର୍ତ୍ତ ରେ କ୍ଷମା ପ୍ରାର୍ଥନା ମାଗନ୍ତୁ ବୋଲି ଦାବି କରିଛନ୍ତି। ଯଦି ଏମିତି ନକରନ୍ତି ତେବେ ଆଗକୁ ଲେଖାଶ୍ରୀ ସାମନ୍ତସିଂହାର ଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ସଂଘର ସଦସ୍ୟ ମାନେ। 

Author : Asmitatv liv Date: 2026-04-03

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved