ସରକାରଙ୍କ ଯୋଜନାକୁ ଫୁ କରୁଛନ୍ତି ଗ୍ୟାସ ବିତରକ । ମାଗଣା ଉଜ୍ଜ୍ବଳା ଯୋଜନାର ଗ୍ୟାସକୁ ୨୫ ଶହ ଶହ ଟଙ୍କା ଆଦାୟ କରୁଛନ୍ତି ହିତାଧିକାରୀଙ୍କ ଠାରୁ । ନଦେଲେ ମିଳିବନି ଗ୍ୟାସ । ଦୁର୍ବ୍ୟବହାର କରୁଛନ୍ତି ମହିଳା ହିତାଧିକାରୀଙ୍କୁ । ଡକାଇ ବିଭିନ୍ନ ଆଳ ଦେଖାଇ ଫେରାଇ ଦେଉଛନ୍ତି । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ରାଜଘରପୋଖରୀ ପଞ୍ଚାୟତର ଭାସ୍କର ଇଣ୍ଡେନ ଗ୍ୟାସ ଗ୍ରାମୀଣ ବିତରକ।
ଡହ ଡହ ଖରାରେ ଲୁଟିଲେ ଉଜ୍ଜ୍ବଳା ଗ୍ୟାସ ହିତାଧିକାରୀଙ୍କୁ । କହିଥିଲେ ମାଗଣାରେ ଯୋଗାଇ ଦେବେ ଗ୍ୟାସ । ଏବେ ଗ୍ୟାସ ବଣ୍ଟନ ନାମରେ ହିତାଧିକାରୀଙ୍କୁ ଡକାଇ ୨୫ ଶହ. ଟଙ୍କା ଦାବୀ କରୁଛନ୍ତି ଭାସ୍କର ଇଣ୍ଡେନ ଗ୍ରାମୀଣ ବିତରକ । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ରାଜଘରପୋଖରୀ ପଞ୍ଚାୟତର ଭାସ୍କର ଇଣ୍ଡେନ ଗ୍ୟାସ ଗ୍ରାମୀଣ ବିତରକ । ହେଲେ , ଗୋଦାମ ଘର ବିଦେଇପୁର କଣ୍ଟିଆ ନାଳୀରେ ବଣ୍ଟନ କରୁଛନ୍ତି ଗ୍ୟାସ । କିଏ ଆସିଛି ୪୦ କିମି ଦୂର ଧାମରାରୁ ତ ପୁଣି କିଏ ୩୦ କିମି. ଦୂରରୁ । ଛୋଟ ଛୋଟ ଛୁଆ ଧରି ମୁଣ୍ଡ ଫଟା ଖରାରେ ଅପେକ୍ଷା କରିଛନ୍ତି ମହିଳା । ଡହ ଡହଖରାରେ ହୋ ହାଲ୍ଲା କରି ଧାରଣା ଦେଇଛନ୍ତି ମହିଳାମାନେ । ଛୁଆ ପିଲା ଧରି ସକାଳ ଠାରୁ ଆସିଥିଲେ ମହିଳାମାନେ । ମାଗଣାରେ ଉଜ୍ଜ୍ବଳା ପାଇବେ ଉଜ୍ଜ୍ବଳା ଗ୍ୟାସ । ହେଲେ ଗ୍ୟାସ ଏଜେନ୍ସୀର କର୍ମଚାରୀ ଜଣକା ଏକ ହଜାର ରେ ୨୫ ଶହ ଟଙ୍କା ଦାବୀ କରୁଛନ୍ତି ବୋଲି ହିତାଧିକାରୀ ଅଭିଯୋଗ କରିଛନ୍ତି । ଚୁଲା ସହିତ ଫଟୋ ଉଠାଇ ଚୁଲିକୁ ଫେରାଇ ନେଉଛନ୍ତି ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved