ରାଜ୍ୟରେ ଧିରେ ଧିରେ ବଢିଚାଲିଛି ତାତିର ପ୍ରକୋପ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବେ ସମସ୍ତ ସ୍କୁଲ ଗୁଡିକୁ ସକାଳୁଆ କ୍ଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ସକାଳ ସାଢ଼େ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ଏହି ନିୟମ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଘରୋଇ ସ୍କୁଲ ପାଇଁ ସମାନ ଭାବେ ଲାଗୁ ହେବ। ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ପର୍ଯ୍ୟନ୍ତ ଏହି ସକାଳୁଆ ସ୍କୁଲ ବ୍ୟବସ୍ଥା ଜାରି ରହିବ।
ଏଥିପାଇଁ ବିଦ୍ୟାଳୟ ପରିସରରେ ଥିବା ନଳକୂପର ମରାମତି କରାଯିବ । ପାଣି ପିଇବା ପାଇଁ ପିଲାମାନଙ୍କୁ କିଛି ସମୟ ବିରତି ଦିଆଯିବ । ସ୍କୁଲରେ ଓଆରଏସ ପ୍ୟାକେଟ ମହଜୁଦ ରଖାଯିବ । ବିଦ୍ୟାଳୟ ବାହାରେ କାର୍ଯ୍ୟକ୍ରମକୁ କମ ଗୁରୁତ୍ୱ ଦିଆଯିବ । କେବଳ ଏବର୍ଷ ନୁହେଁ ଏଣିକି ପ୍ରତି ବର୍ଷ ଏପ୍ରିଲ ୨ ତାରିଖରୁ ସକାଳୁଆ ପାଠପଢା ହେବ ବୋଲି କୁହାଯାଇଛି । ବିଭାଗର ଚିଠି ଅନୁଯାୟୀ, ଏପ୍ରିଲ ୨ ତାରିଖରୁ ଗ୍ରୀଷ୍ମ ଛୁଟି ଯାଏ ସ୍କୁଲରେ ପାଠପଢା ହେବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାଙ୍କୁ ଅତିରିକ୍ତ ସୁରକ୍ଷା ଯୋଗାଇ ଦେବାକୁ କୁହାଯାଇଛି ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved