ଲୋକସେବା ଭବନଠାରେ ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ୯୮୯ଟି ଗ୍ରାମ ମଧ୍ୟରୁ ୬୦୮ ଗ୍ରାମର ହାଇଟେକ୍ ସର୍ଭେ ଏବଂ ସେଟେଲମେଣ୍ଟ୍ ପ୍ରକ୍ରିୟା ଇତିମଧ୍ୟରେ ସମାପ୍ତ ହୋଇଥିବା ବେଳେ ଏହି ସବୁ ଗ୍ରାମ ଗୁଡ଼ିକର ପଟ୍ଟା ପ୍ରସ୍ତୁତକରି ଭୂଲେଖରେ ଅପଲୋଡ୍ କରିବା ସହ ଜନସାଧାରଣଙ୍କୁ ପଟ୍ଟାବଣ୍ଟନ କାର୍ଯ୍ୟ ତିନୋଟି ପର୍ଯ୍ୟାୟରେ ୪୫ ଦିନ ମଧ୍ୟରେ ସାରିବାକୁ ନିଷ୍ପତ୍ତି ନିଆଯାଇଛି l ବାକିଥିବା ଗ୍ରାମମାନଙ୍କର ସର୍ଭେ ଓ ବନ୍ଦୋବସ୍ତ କାର୍ଯ୍ୟ ୬ ମାସ ମଧ୍ୟରେ ସାରିବା ସହ ଭୂଲେଖରେ ଅପଲୋଡ଼୍ କରିବା ଓ ମ୍ୟାପ୍ ପ୍ରକାଶ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାପାଇଁ ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି l
ନଭେମ୍ବର ମାସ ସୁଦ୍ଧା ହାଇଟେକ୍ ସର୍ଭେ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ସମାପ୍ତ ହୋଇ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଗ୍ରାମର ଜମିପଟ୍ଟା ସହ ମ୍ୟାପ୍ ପ୍ରକାଶ ପାଇବ l ଏହା ଦ୍ଵାରା ସୁବର୍ଣ୍ଣପୁର ଜିଲ୍ଲାର ଜନସାଧାରଣ ବିଭିନ୍ନ ରାଜସ୍ୱ ସେବା ସହଜରେ ପାଇବା ସହ ଉପକୃତ ହେବେ l ଏହି ପରିପ୍ରେକ୍ଷୀରେ ବନ୍ଦୋବସ୍ତ ସରିଥିବା ଓ ବକେୟା ଥିବା ସମସ୍ତ ଗ୍ରାମର ସାବକ ଜମି ଏବଂ ହାଲ୍ ଜମିକୁ ପୁନର୍ବାର ସଠିକ୍ ଭାବେ ଯାଞ୍ଚ କରି ପ୍ରକ୍ରିୟା ସରିଥିବା ଏବଂ ହେବାକୁ ଥିବା ଜମିଜମାକୁ ନିର୍ଭୁଲ ଭାବରେ ପ୍ରସ୍ତୁତ କରିବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l
ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ଜମିଜମା ରେକର୍ଡ ଏବଂ ସର୍ଭେର ନିର୍ଦ୍ଦେଶକ ଶ୍ରୀ ନିଗମାନନ୍ଦ ପଣ୍ଡା, ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲପାଳ ଡ. ନୃପରାଜ ସାହୁ ଏବଂ ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ l
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved