ଭୁବନେଶ୍ୱର, ୮ ମଇ, ୨୦୨୬
ଗ୍ରାମୀଣ ବିଦ୍ୟୁତକରଣ ବ୍ୟବସ୍ଥାକୁ ସଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (TPNODL) ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ଦେଉଳି ଠାରେ ଏକ ନୂତନ ୩୩/୧୧ କେଭି ୧୦ ଏମଭିଏ (MVA) ପ୍ରାଥମିକ ସବଷ୍ଟେସନ କାର୍ଯ୍ୟକ୍ଷମ କରାଯାଇଛି।
ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଭାସି ମାଧ୍ୟମରେ ଏହି ସବଷ୍ଟେସନର ଉଦଘାଟନ କରିଛନ୍ତି, ଯାହା ଅଞ୍ଚଳର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।
ଏହି ନୂତନ ସବଷ୍ଟେସନ ଦ୍ୱାରା ୬ଟି ପଞ୍ଚାୟତ ଯଥା ଚୁହାଟା, କାନିମହୁଲି, ନୂଆଗାଁ, ଝାଲିଆମରା, ଆଳକୁଦା ଏବଂ ଦେଉଳିର ୧୫,୦୦୦ରୁ ଅଧିକ ପରିବାର ଉପକୃତ ହେବେ।
ସ୍ଥାନୀୟ ବାସିନ୍ଦା ଭୋଲଟେଜ୍ ଗୁଣବତ୍ତାରେ ଉନ୍ନତି, ଘରୋଇ ଏବଂ କୃଷି କାର୍ଯ୍ୟ ପାଇଁ ସ୍ଥିର ବିଦ୍ୟୁତ ସେବା, ବାରମ୍ବାର ବିଦ୍ୟୁତ କାଟ୍ ସମସ୍ୟାରୁ ମୁକ୍ତି ପାଇବେ ।
ଉଦଘାଟନୀ ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଏହି ସବଷ୍ଟେସନ କେବଳ ବିଦ୍ୟୁତ ବ୍ୟବସ୍ଥାକୁ ସଦୃଢ଼ କରିବ ନାହିଁ, ବରଂ ପରିବାରଗୁଡ଼ିକୁ ସ୍ଥାୟୀ ଶକ୍ତି ସମାଧାନ ଆପଣେଇବାରେ ସାହାଯ୍ୟ କରିବ। ମୁଁ ଉପଭୋକ୍ତାମାନଙ୍କୁ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାର ସୁଯୋଗ ନେଇ ବିଦ୍ୟୁତ ଖର୍ଚ୍ଚ କମାଇବା ସହ ସ୍ୱଚ୍ଛ ଶକ୍ତିକୁ ପ୍ରୋତ୍ସାହିତ କରିବାକୁ ଅନୁରୋଧ କରୁଛି।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved