📞 +91 9583789855 📧 info@asmitatv.in
Asmita TV Logo

ଦିନରେ ତାତି ରାତିରେ ଭିଜୁଛି ଓଡିଶା
Apr 04, 2026

ଦିନରେ ତାତି ରାତିରେ ଭିଜୁଛି ଓଡିଶା

ପୁଣି ରାଜ୍ୟରେ ଦିନ ତାପମାତ୍ରା ଉପରମୁହାଁ ହୋଇଛି । ଆଗକୁ ତାତି ଆହୁରି ବଢ଼ିପାରେ। ଡହଡହ ଖରାକୁ ଝାଞ୍ଜି ମାଡ଼ । ୯ଟି ସ୍ଥାନରେ ୪୦ ଡିଗ୍ରୀ ଡେଇଁଲା ପାରଦ। ଗତକାଲି ସର୍ବାଧିକ ତାତି ଥିଲା ଶିଳ୍ପାଞ୍ଚଳ ଝାରସୁଗୁଡ଼ାରେ । ୪୧.୬ ଡିଗ୍ରୀ ଛୁଇଁଥିଲା ପାରଦ । ଟିଟିଲାଗଡ଼ରେ ୪୦.୫, ହୀରାକୁଦରେ ୪୦.୪, ବଲାଙ୍ଗିରରେ ୪୦.୩ ,କଟକରେ ୩୮.୪ ଓ ଭୁବନେଶ୍ବରରେ ପାରଦ ୩୮.୭ ଡିଗ୍ରୀରେ ପହଞ୍ଚିଛି । ତାପମାତ୍ରା ସ୍ବାଭାବିକ ଠାରୁ ୨.୨ ଡିଗ୍ରୀ ଅଧିକ ରହିଥିଲା । ଦିନବେଳା ତାତି ସାଙ୍ଗକୁ ଅପରାହ୍ଣରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡଘଡି ସମ୍ଭାବନା ରହିଛି । ଆଜି ପାଇଁ କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ ଓ ମାଲକାନଗିରିରେ ୩୦ରୁ ୪୦ କିମି ବେଗରେ ପବନ, ଘଡଘଡି ସହ ବର୍ଷା ହେବ । ଏଣୁ ଏହି ସବୁ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲ୍ଲୋ ୱାଣ୍ଣିଂ ଜାରି ହୋଇଛି ।

Author : Asmitatv liv Date: 2026-04-04

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved