ଭୁବନେଶ୍ଵର, ତା, ୦୮/୦୫/୨୦୨୬:- ଆଜି ଭୁବନେଶ୍ୱରସ୍ଥିତ ପୋଲିସ ସେବା ଭବନଠାରେ ଓଡ଼ିଶା ପୋଲିସର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫର ମିଳିତ ସହଯୋଗରେ ପ୍ରୟାସରେ “ଜୁଭେଣ୍ଟିକା- କିଶୋର କିଶୋରୀମାନଙ୍କ ସହ ପୋଲିସର ସଚେତନତା ଓ ସମ୍ପର୍କ କାର୍ଯ୍ୟକ୍ରମ” ଅନୁଷ୍ଠିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ “JUVENTICA” ମାଧ୍ୟମରେ ଓଡ଼ିଶା ପୋଲିସ ଶିଶୁ ଓ କିଶୋର-କିଶୋରୀମାନଙ୍କ ପାଇଁ ପୋଲିସ ବ୍ୟବସ୍ଥାକୁ ଅଧିକ ସହଜ, ସୁରକ୍ଷିତ ଓ ବନ୍ଧୁତ୍ୱପୂର୍ଣ୍ଣ କରିବାକୁ ଉଦ୍ୟମ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟବ୍ୟାପୀ ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୫୫ ପୋଲିସ ଥାନାର ପ୍ରାୟ ୧୫,୦୦୦ରୁ ଅଧିକ କିଶୋର-କିଶୋରୀ ଅଂଶଗ୍ରହଣ କରିଥିଲେ। Advika Clubs ର କିଶୋର-କିଶୋରୀମାନଙ୍କ ସହ Anganwadi Workers ଓ Para Legal Volunteers ମଧ୍ୟ ଏଥିରେ ସାମିଲ ହୋଇଥିଲେ।
ବର୍ତ୍ତମାନ ସମୟରେ ବହୁ ସଂଖ୍ୟାରେ କିଶୋର-କିଶୋରୀ ସାମାଜିକ ଗଣମାଧ୍ୟମର ନକରାତ୍ମକ ବିଷୟବସ୍ତୁ ଉପଭୋଗ କରିବାରେ ସମୟ ଅତିବାହିତ କରୁଛନ୍ତି । ସବୁବେଳେ ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ବିଷୟବସ୍ତୁ ଗ୍ରହଣ କରି ଭବିଷ୍ୟତ ଉଜ୍ଵଳ କରିବାକୁ ସେ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ବିଭିନ୍ନ ସମୟରେ ସେମାନେ ସାଇବର ଅପରାଧ ସହିତ ସାମାଜିକ ସମସ୍ୟାର ଶିକାର ହୋଇ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିରେ ସେମାନଙ୍କୁ ନୈତିକ ଶିକ୍ଷା ଦେବା ସହ ସେମାନଙ୍କ କଥାକୁ ଧ୍ୟାନର ସହ ଶୁଣି ସଠିକ୍ ପରାମର୍ଶ ଓ ନୈତିକ ସମର୍ଥନ ପ୍ରଦାନ କରିବା ମଧ୍ୟ ଆମ ସମସ୍ତଙ୍କ ପ୍ରମୁଖ ଦାୟିତ୍ୱ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved