📞 +91 9583789855 📧 info@asmitatv.in
Asmita TV Logo

ପୁରୀ ସମୁଦ୍ରରେ ବୁଡ଼ିଗଲେ ୨ ପର୍ଯ୍ୟଟକ
Mar 30, 2026

ପୁରୀ ସମୁଦ୍ରରେ ବୁଡ଼ିଗଲେ ୨ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଆଜି ୨ଜଣ ପର୍ଯ୍ୟଟକ ଭାସିଯାଇ ପ୍ରାଣ ହରାଇଛନ୍ତି । ଡିପ୍ କରେଣ୍ଟରେ ଏହି ଦୁଇ ପର୍ଯ୍ୟଟକ ଭାସିଯିବା ବେଳେ ଉଦ୍ଧାରକାରୀ ଲାଫ୍‌ଗାର୍ଡ ବହୁ ଚେଷ୍ଟା କରି ସେମାନଙ୍କୁ ଉଦ୍ଧାର କରି ହସ୍‌ପିଟାଲ ସ୍ଥାନାନ୍ତର କରିଥିଲେ । କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ । ସେକ୍ଟର ୧୪ ଲାଇଟ୍ ହାଉସ୍ ସମ୍ମୁଖ ବେଳାଭୂମିରେ ଏହି ଅଘଟଣ ଘଟିଛି। ଗାଧୋଇଥିବା ବେଳେ ବଡ ଲହଡ଼ି ମାଡ଼ରେ ୨ଜଣ ପର୍ଯ୍ୟଟକ ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ । ତେବେ କିଛି ଦିନ ମଧ୍ୟରେ ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଯାଇ ପ୍ରାଣହରାଇବାର ଏହା ତୃତୀୟ ଘଟଣା।

Author : asmitatv live Date: 2026-03-30

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved