ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ବିବାହ ଋତୁରେ ପୁଣି ବଢ଼ିଲା ସୁନା ଦର । କିପରି କିଣିବେ ସୁନା ଏହାକୁ ନେଇ ଚିନ୍ତାରେ ଗ୍ରାହକ। ଆଜି ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ୩,୯୮୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନାର ଦର ଭୁବନେଶ୍ୱରରେ ୧ ଲକ୍ଷ ୪୯ ହଜାର ୮୪୦ ଟଙ୍କା ରହିଥିବା ବେଳେ ଆଜି ୧ ଲକ୍ଷ ୫୩ ହଜାର ୮୨୦ ଟଙ୍କାରେ ପହଞ୍ଚିଛି। ସେହିପରି ଗତକାଲି ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ଦର ୧ ଲକ୍ଷ ୩୭ ହଜାର ୩୫୦ ଟଙ୍କା ଥିବା ବେଳେ ଆଜି ୧ ଲକ୍ଷ ୪୧ ହଜାର ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନାର ଦରରେ ୩,୬୫୦ ଟଙ୍କା ବୃଦ୍ଧି ପାଇଛି।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved