📞 +91 9583789855 📧 info@asmitatv.in
Asmita TV Logo

୪୮ବର୍ଷ ପରେ ଭିତର ରତ୍ନଭଣ୍ଡାର ଗଣତି
Apr 13, 2026

୪୮ବର୍ଷ ପରେ ଭିତର ରତ୍ନଭଣ୍ଡାର ଗଣତି

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଆଜିଠୁ ଭିତର ରତ୍ନଭଣ୍ଡାର ଗଣତି । ୪୮ବର୍ଷ ପରେ ହେବ ଭିତର ରତ୍ନଭଣ୍ଡାର ଗଣତି । କଡ଼ା ସୁରକ୍ଷା ବ୍ୟବସ୍ଥାରେ ଟ୍ରେଜେରୀରୁ ଆସିବ ଚାବି । ଚାବି ଆସିବା ପରେ ଭିତର ରତ୍ନଭଣ୍ଡାର ଦ୍ବାର ଖୋଲାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସଓପି ସମସ୍ତ କାର୍ଯ୍ୟକୁ ତଦାରଖ କରିବେ । ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ପ୍ରକ୍ରିୟାର ରୂପରେଖ ପ୍ରସ୍ତୁତ କରାଯାଇଛି ।

ଆଜିର ବୈଠକରେ ଆଭାସୀ ଯୋଗେ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ୱନାଥ ରଥ ଯୋଗଦେଇ ଥିଲେ। ପୁରୀ ଜିଲ୍ଲାପାଳ, ଏସ୍‌ପି, ହ୍ୟାଣ୍ଡେଲିଂ ଓ ସୁପରଭାଇଜିଂ କମିଟିର ସଦସ୍ୟ ଉପସ୍ଥିତ ଥିଲେ। ତେବେ ଗତକାଲି ଜଷ୍ଟିସ୍‌ ରଥ ବାହାର ଭଣ୍ଡାରରୁ ୩ଟି ରତ୍ନ ଆଇଟମ୍‌ ଗାଏବ ଥିବା ଗଣମାଧ୍ୟମକୁ କହିଥିଲେ। ଭିତର ଭଣ୍ଡାରରେ ୩୬୭ ପ୍ରକାରର ସୁନା ଅଳଙ୍କାର ଥିଲା। ଏହାର ଓଜନ ଥିଲା ୪୩୬୪ ଭରି। ଏଥିସହ ୨୩୧ ପ୍ରକାରର ରୁପା ଅଳଙ୍କାର ରହିଥିଲା। ଏହାର ଓଜନ ଥିଲା ୧୪,୮୭୮ ଭରି ୬ ଅଣା। ଯଦିଓ ଏଥର ଓଜନ ମାପ କରାଯିବ ନାହିଁ ତଥାପି ଆଇଟମ୍ ଅନୁସାରେ ମେଳକ କରାଯାଇ ପୁନଃ ତାଲିକା କରାଯିବ।

Author : Asmitatv live Date: 2026-04-13

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved