📞 +91 9583789855 📧 info@asmitatv.in
Asmita TV Logo

ଆହାର କେନ୍ଦ୍ର ଯୋଗାଉଛି ସମସ୍ତଙ୍କୁ ଆହାର
Mar 24, 2026

ଆହାର କେନ୍ଦ୍ର ଯୋଗାଉଛି ସମସ୍ତଙ୍କୁ ଆହାର

ଲୋକଙ୍କ ମନରେ ଗ୍ୟାସ୍ ସଙ୍କଟ ଖେଳାଇଛି ଡର। ପ୍ରଥମେ ଘରେ ରୋଷେଇ ବନ୍ଦ। ତାପରେ ଛୋଟ ଦୋକାନ ସହ ଜଳଖିଆ ଦୋକାନ ବନ୍ଦ। ଯେଉଁ ଦୋକାନ ବି ଖୋଲା ରହୁଛି ସେଠାରେ ଖାଇବାର ଦର ଶୁଣିଲେ ଭିତରକୁ ଯିବା ପାଇଁ ଡର ଲାଗୁଛି। ଏଭଳି ପରିସ୍ଥିରେ ଲୋକେ କରିବେ କ'ଣ? କେଉଁଠି ଯିବେ ? କ'ଣ ଖାଇବେ ? କିପରି ବଞ୍ଚିବେ?

ଏହାକୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଲୋକଙ୍କର ଭରସା ପାଲଟିଛି ଆହାର କେନ୍ଦ୍ର। ଆହାର କେନ୍ଦ୍ର ଖୋଲୁ ଖୋଲୁ ଘଣ୍ଟାଏ ଭିତରେ ସରିଯାଉଛି ଖାଦ୍ୟ। ରାଜଧାନୀ ଭୁବନେଶ୍ବର ହେଉ କି କଟକ, ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳୁଛି ସମାନ ସ୍ଥିତି। ଗ୍ୟାସ୍ ଅଭାବ କାରଣରୁ ହଷ୍ଟେଲ୍ କିମ୍ବା ମେସ୍ କରି ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଖୁଚୁରା ଗ୍ୟାସ ଦୋକାନୀମାନେ ଗ୍ୟାସ ସଙ୍କଟ ଯୋଗୁଁ ଦୋକାନ ବନ୍ଦ ରଖୁଛନ୍ତି। ଫଳରେ ଛାତ୍ରଛାତ୍ରୀମାନେ ଆହାର କେନ୍ଦ୍ର ମୁହାଁ ହେଉଛନ୍ତି। ଗରିବଙ୍କ ପାଇଁ ସରକାର ତିଆରି କରିଥିବା ଆହାର କେନ୍ଦ୍ର ଆଜି ସମସ୍ତଙ୍କୁ ଆହାର ଯୋଗାଉଛି।  

Author : asmiitatv live Date: 2026-03-24

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved