📞 +91 9583789855 📧 info@asmitatv.in
Asmita TV Logo

ଅଣ୍ଡା ଖାଇଗଲେ ଅଙ୍ଗନୱାଡି ଦିଦି
Mar 31, 2026

ଅଣ୍ଡା ଖାଇଗଲେ ଅଙ୍ଗନୱାଡି ଦିଦି

  • ଥାଳିରୁ ଅଣ୍ଡା ଗଲା କେଉଁଠି?
  • ବର୍ଷକର ଅଣ୍ଡା ଖାଇଗଲେ କି ଅଙ୍ଗନୱାଡି ଦିଦି?
  • ଉପାସରେ ଫେରୁଛନ୍ତି କୁନି କୁନି ଶିଶୁ
  • ସରକାରୀ କାଗଜରେ ରହିଛି ଅଣ୍ଡାର ହିସାବ 
  • ଅଙ୍ଗନୱାଡି ଦିଦିଙ୍କ ପର୍ଦା ଫାସ 

ବାସୁଦେବପୁର ବ୍ଲକ ବ୍ରାହ୍ମଣଗାଁ ପଞ୍ଚାୟତର ବୈକୁଣ୍ଠପୁର -୧ ଅଙ୍ଗନୱାଡି କେନ୍ଦ୍ରରେ କାମ କରୁଥିବା ଅଙ୍ଗନୱାଡି ଦିଦି କିଶୋରୀ ବାଳିକାଙ୍କ ବର୍ଷକର ଅଣ୍ଡା ଖାଇ ଯାଇଥିବାର ଅଭିଯୋଗ ହୋଇଛି । ସରକାରୀ କାଗଜ ପତ୍ରରେ ଅଣ୍ଡା ବଣ୍ଟନ ହୋଇ ଥିବାର ଦର୍ଶାଯାଇ ଥିବାବେଳେ କାହିଁକି ଅଣ୍ଡା ଦେବ ନାହିଁ ବୋଲି ପ୍ରଶ୍ନ କରି ଅଙ୍ଗନୱାଡି ଦିଦିଙ୍କୁ ଘେରିଥିଲେ କିଶୋରୀ ବାଳିକା । ଚାଲିଥିଲା ଜୋରଦାର ପାଟିତୁଣ୍ଡ। ଲାଗିଥିଲା ଗହଳି । ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଲାଗି ରହିଥିଲା ଉତ୍ତେଜନା ମୂଳକ ପରିସ୍ଥିତି। ତେବେ ଏହା ଅଙ୍ଗନୱାଡି ଦିଦିଙ୍କ ଅବହେଳା, ସରକାର ପଠେଇଥିବା ପଇସାକୁ ନିଜ ହକ ଭାବି ନେଇଛନ୍ତି ଦିଦି? ନା ଏହା ପଛରେ ରହିଛି ଆଉ କାହାର ହାତ ?


                                       ଅଙ୍ଗନୱାଡି କେନ୍ଦ୍ରର କର୍ମୀ ସରୋଜିନୀ ରାୟ  ଅର୍ଥ ଆସିନଥିବାରୁ ବଣ୍ଟନ କରାଯାଇ ନଥିଲା ବୋଲି ବାହାନା କରି ଖସି ଯିବାକୁ ଚେଷ୍ଟା କରିଥିଲେ । ଅନ୍ୟପଟେ କିଶୋରୀ ବାଳିକା ମଧ୍ୟ ଛାଡିବା ଲୋକ ନୁହନ୍ତି  କାହିଁକି ଦିଆଯାଉନି ପିଲାମାନଙ୍କୁ ଅଣ୍ଡା? ବାର ବାର କହିବା ସତ୍ୱେ କରୁଛନ୍ତି ଅବହେଳା ? କିପରି ମିଳିବ କିଶୋରୀ ବାଳିକାଙ୍କୁ ପୁଷ୍ଟିକର ଖାଦ୍ୟ ? ଏପରି ଅନେକ ପ୍ରଶ୍ନର ଉତ୍ତର ମାଗିଛନ୍ତି କିଶୋରୀ ବାଳିକା। ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଠି ଯୋଜନା (ଏମ.ଏସ.ପି.ୱାଇ.) ରେ ପ୍ରଦାନ କରାଯାଉଛି ପୃଷ୍ଟିକର ଖାଦ୍ଯ। ଏହି ଯୋଜନାରେ କିଶୋରୀ ବାଳିକାମାନଙ୍କୁ ଯୋଗାଇ ଦିଆଯାଉଛି ଅଣ୍ଡା ସହିତ ମୁଢୀ ଓ ସୁଲା । ଏକ ବର୍ଷ  ଧରି ସରକାରୀ କାଗଜ କଲମରେ ବଣ୍ଟନ ରିପୋର୍ଟ ଯାଉଥିବା ବେଳେ କିଶୋରୀ ବାଳିକାମାନଙ୍କୁ ଅଣ୍ଡା ପ୍ରଦାନ କରାଯାଇ ନାହିଁ ବୋଲି ଅଭିଯୋଗ ଆସିଛି । ନିଜର ହକ୍ ପାଇଁ ନଛୋଡବନ୍ଧା ସାଜିଛନ୍ତି ଯୁବତୀମାନେ । ମୁଖ୍ଯମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନାରେ ପ୍ରତି ସପ୍ତାହରେ ୪ ଟି ଅଣ୍ଡା ପ୍ରଦାନ କରାଯିବାର ନିୟମ ରହିଛି । ଅଣ୍ଡା ସହିତ ମୁଢୀ ଓ ସୁଲା ଭଜା କିଶୋରୀ ବାଳିକାମାନଙ୍କୁ ପ୍ରଦାନ କରାଯାଉଅଛି । ବୈକୁଣ୍ଠପୁର ଅଙ୍ଗନୱାଡି କେନ୍ଦ୍ରରେ ଅପ୍ରେଲ-୨୫ ଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ ଅଣ୍ଡା ।


                                         ଉଭୟଙ୍କ ମଧ୍ଯରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ୧୫ ଦିନ ଧରି କୁନି କୁନି ଶିଶୁମାନେ ରନ୍ଧା ଖାଦ୍ଯ ନପାଇ ଉପାସରେ ଫେରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅବିଭାବକ। ବାସୁଦେବପୁର ବ୍ଲକ ଓ ପୌରପାଳିକାର ରହିଛି ୪୨୨ ଗୋଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ଏହି କେନ୍ଦ୍ରକୁ ୧୮ ଟି ସେକ୍ଟରରେ ବିଭକ୍ତ କରାଯାଇଛି । ସିଡିପିଓଙ୍କ କାର୍ଯ୍ଯାଳୟରେ ଏକ ବର୍ଷ ଧରି କିରାଣୀଟିଏ ନାହିଁ । କିରାଣୀ ପଦବୀ ଖାଲି ପଡିଥିବାରୁ ନଥିପତ୍ର କାମ କରିବା, ପ୍ରତି ଅଙ୍ଗନୱାଡି କେନ୍ଦ୍ରକୁ ଅର୍ଥ ପ୍ରଦାନ କରିବା କଷ୍ଟକର ହୋଇ ପଡୁଛି। ସିଡିପିଓଙ୍କର କେନ୍ଦ୍ର ପରିଦର୍ଶନ କରିବାକୁ ଗାଡିଟିଏ  ନଥିବାରୁ ସଠିକ ଭାବେ ଯାଞ୍ଚ କରିବା ସମ୍ଭବ ହେଉନାହିଁ । ଏହାର ସୁଯୋଗ ନେଇ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଅଣ୍ଡା ଏବଂ ଅନ୍ୟାନ୍ୟ ଖାଦ୍ୟ ଖାଇ ଯାଉ ଥିବାର ଅଭିଯୋଗ ଆସୁଛି । ବହୁ ସମୟରେ ବିଭିନ୍ନ ଆଳ ଦେଖାଇ ଚତୁରତାର ସହିତ ଖସି ଯାଉଛନ୍ତି ଅଙ୍ଗନୱାଡି ଦିଦି । ପ୍ରତିମାସ ଅଣ୍ଡା ବଣ୍ଟନ କରୁଛନ୍ତି ବୋଲି ସରକାରୀ କାଗଜ ପତ୍ରରେ ରିପୋର୍ଟ କରାଯାଉଛି । ପ୍ରତିମାସ ସରକାରଙ୍କୁ ଯାଉଛି ଖାଦ୍ୟ ବଣ୍ଟନ ରିପୋର୍ଟ । ହେଲେ ବାସ୍ତବ ଚିତ୍ରଟି ସମ୍ପୂର୍ଣ୍ଣ ଭିନ୍ନ । ଏହି କେନ୍ଦ୍ରରେ ରହିଛନ୍ତି ୩୫ ଜଣ କିଶୋରୀ ବାଳିକା । ଏକ ବର୍ଷ ଧରି ଯୋଜନାରୁ ବଞ୍ଚିତ ହୋଇ ଆସୁଛନ୍ତି ।  ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ କିଶୋରୀ ବାଳିକାମାନେ ଜିଲ୍ଲାପାଳଙ୍କୁ ଦାବି କରିଛନ୍ତି ।


Author : asmitatv live Date: 2026-03-31

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved