📞 +91 9583789855 📧 info@asmitatv.in
Asmita TV Logo

ବିଦାୟ ଭୋଁସଲେ...
Apr 13, 2026

ବିଦାୟ ଭୋଁସଲେ...

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ୯୨ ବର୍ଷ ବୟସରେ ବିଦାୟ ନେଲେ ଆଶା ଭୋଁସଲେ। ହିନ୍ଦୀ ସିନେମାରେ ୭ ଦଶନ୍ଧିରୁ ଅଧିକ ସମୟ ଧରି ଲମ୍ବା କ୍ୟାରିଅରରେ, ସେ ହଜାର ହଜାର ଗୀତରେ କଣ୍ଠସ୍ୱର ଦେଇଛନ୍ତି। ଆଶା ଭୋସଲେ ୨୦ରୁ ଅଧିକ ଭାଷାରେ ଗୀତ ଗାଇଥିଲେ । ତାଙ୍କ ଭଉଣୀ ଲତା ମଙ୍ଗେସକରଙ୍କୁ ଅନୁସରଣ କରି ଏହି ଇଣ୍ଡଷ୍ଟ୍ରିରେ ସେ ପ୍ରବେଶ କରିଥିଲେ| ୧୦ ବର୍ଷ ବୟସରେ, ସେ ତାଙ୍କର ପ୍ରଥମ ଗୀତ ମରାଠୀ ଭାଷାରେ ଗାଇଥିଲେ ଏବଂ ପ୍ରଚୁର ଖ୍ୟାତି ଅର୍ଜନ କରିଥିଲେ। ସେବେଠାରୁ, ସେ କେବେ ଆଉ ପଛକୁ ଫେରି ଚାହିଁ ନଥିଲେ, ୮୨ ବର୍ଷର କ୍ୟାରିଅରରେ ସେ ପ୍ରାୟ ସେ 20ଟି ଭିନ୍ନ ଭିନ୍ନ ଭାଷାରେ 16,000ରୁ ଅଧିକ ଗୀତ ଗାଇଛନ୍ତି।

କଳା ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନ ପାଇଁ ତାଙ୍କୁ ପଦ୍ମ ବିଭୂଷଣରେ ମଧ୍ୟ ସମ୍ମାନିତ କରାଯିବା ସହ ସର୍ବାଧିକ ସଂଖ୍ୟକ ଷ୍ଟୁଡିଓ ରେକର୍ଡିଂ ପାଇଁ 'ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍' ରେ ରେକର୍ଡ କରିଛନ୍ତି। ଆଶା ଭୋସଲେଙ୍କ ପରଲୋକ ପରେ ଇଣ୍ଡଷ୍ଟ୍ରି ଓ ପରିବାର ସମେତ ଫ୍ୟାନ୍ସଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ଶ୍ୱାସକ୍ରିୟାଜନିତ ସମସ୍ୟା ଏବଂ ହୃଦଘାତ ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରବିବାର ଦିନ ଗାୟିକାଙ୍କ ଦେହାନ୍ତ ହୋଇଥିଲା। କୁହାଯାଉଛି ଯେ, ତାଙ୍କର ମଲ୍ଟି ଅର୍ଗାନ୍ ଫେଲ୍‌ୱର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଆଜି ଗାୟିକାଙ୍କ ଅନ୍ତିମ ସଂସ୍କାର ମୁମ୍ୱାଇ ସ୍ଥିତ ଶିବାଜୀ ପାର୍କରେ କରାଯିବ ।

ଅପରାହ୍ନରେ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ । ଏହା ପୂର୍ବରୁ, ଜନସାଧାରଣ ସମେତ ସେଲିବ୍ରିଟି ଓ ପରିବାର ଲୋୟର ପରେଲସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବେ । ଆଶା ଭୋସଲେଙ୍କ ଭଉଣୀ, 'ଭାରତର ନାଇଟଙ୍ଗେଲ୍' ଲତା ମଙ୍ଗେସକରଙ୍କ ଶେଷକୃତ୍ୟ ମଧ୍ୟ ଏହି ପାର୍କରେ ସମ୍ପନ୍ନ ହୋଇଥିଲା । ସେହି ଅବସରରେ, ତାଙ୍କୁ ମଧ୍ୟ ପୂର୍ଣ୍ଣ ରାଷ୍ଟ୍ର ସମ୍ମାନ ସହ ବିଦାୟ ଦିଆଯାଇଥିଲା । ଆଶାଙ୍କୁ ମଧ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ। ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର ହେବ ଆଶା ଭୋଁସଲେଙ୍କର ।

Author : Asmitatv live Date: 2026-04-13

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved