📞 +91 9583789855 📧 info@asmitatv.in
Asmita TV Logo

ଭୁଷୁଡ଼ିବ ପ୍ରାଥମିକ ଶିକ୍ଷାର ମେରୁଦଣ୍ଡ
Apr 08, 2026

ଭୁଷୁଡ଼ିବ ପ୍ରାଥମିକ ଶିକ୍ଷାର ମେରୁଦଣ୍ଡ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲେ ପ୍ରାଥମିକ ଶିକ୍ଷକ ମହାସଂଘ । ଓଡ଼ିଶାର ଆବାହକ ରାମଲାଲ ପଟେଲଙ୍କ ନେତୃତ୍ୱରେ ପ୍ରାଥମିକ ଶିକ୍ଷକର ଦୁଇ ଟି ଦାବୀ ପୂରଣ ପାଇଁ ଆଜି ଭୁବନେଶ୍ୱର ଗାନ୍ଧୀ ମାର୍ଗ ଠାରେ ଏକ ଶାନ୍ତିପୂର୍ଣ୍ଣ ଧାରଣା ଆରମ୍ଭ ହୋଇଛି । ଦୁଇଟି ଦାବି ମଧ୍ୟରୁ ପ୍ରଥମଟି ହେଲା ପ୍ରାଥମିକ ଶିକ୍ଷକମାନଙ୍କର ଗ୍ରେଡ ପେ କୁ ଲେବୁଲ 9 ଅନୁଯାୟୀ ମୂଳ ଦରମା 35,400 ଦେବାକୁ ହେବ । ଏହାସହ ଦ୍ଵିତୀୟ ଟି ହେଲା  2001 ମସିହାରୁ ଠିକା କାର୍ଯ୍ୟକାଳକୁ ଗଣନା କରି ନେସନାଲ ଇନକ୍ରିମେଣ୍ଟ ପ୍ରଦାନ କରିବାକୁ ହେବ । ଗୋଟିଏ ପଟେ ନୂତନ ଶିକ୍ଷାବର୍ଷ ଏବଂ ଜାତୀୟ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ରାଜ୍ୟରେ ଶିକ୍ଷକମାନଙ୍କୁ ହିଁ ଅବହେଳାର ଶିକାର ହେବାକୁ ପଡୁଛି । ତାଙ୍କୁ ମିଳିପାରୁନାହିଁ ତାଙ୍କର ଅଧିକାର ।

ଏହାକୁ ନେଇ ଓଡ଼ିଶାର ଆବାହକ ରାମଲାଲ ପଟେଲ କହିଛନ୍ତି ଯେ, ସରକାର ଅନ୍ୟ ବିଭାଗଙ୍କୁ ସହାୟତା କରୁଛନ୍ତି ହେଲେ ଆମେ ଦାବୀ କରିବା ପରେ ମଧ୍ୟ ଆମର ଦାବି ଶୁଣୁ ନାହାନ୍ତି ସରକାର । ଏଇଟା କେବଳ ଆମ ପ୍ରତି ନୁହଁ ବରଂ ଦେଢ଼ ଲକ୍ଷ ଶିକ୍ଷକଙ୍କ ପ୍ରତି ଅନ୍ୟାୟ ହେଉଛି । ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଆମେ ହେଉଛୁ ମେରୁଦଣ୍ଡ । ସେଥିପାଇଁ ସରକାର ଆମର ଦାବି ଶୁଣନ୍ତୁ ଏବଂ ଏହାର ତୁରନ୍ତ ସମାଧାନ କରନ୍ତୁ ।

ଅନ୍ୟପଟେ ପ୍ରାଥମିକ ଶିକ୍ଷକ ମହାସଂଘର ସାଧାରଣ ଶିକ୍ଷକ ଶୁଶାନ୍ତ କୁମାର ବେହେରା ଶିକ୍ଷକଙ୍କ ପ୍ରତି ହେଉଥିବା ସରକାରଙ୍କ ଅବହେଳାକୁ ନେଇ ନିନ୍ଦା କରିଛନ୍ତି । ବାର ବାର ଆଲୋଚନା ପରେ ମଧ୍ୟ ସରକାର ତାଙ୍କ ଦାବିକୁ ପୁରଣ କରିବାରେ ସମର୍ଥ ହୋଇପାରୁ ନାହିଁ ।

ସେହିପରି ପ୍ରାଥମିକ ଶିକ୍ଷକ ମହାସଂଘର ସଦସ୍ୟ ପ୍ରିୟମ୍ବଦା ଆଚାର୍ଯ୍ୟ କହିଛନ୍ତି ଯେ ଗତ ବର୍ଷ ଯେଉଁ ଦାବିକୁ ନେଇ ଆମେ ଆସିଥିଲୁ ସରକାର 7 ଦିନ ମଧ୍ୟରେ ତାର ସମାଧାନ କରିବେ ବୋଲି କହିଥିଲେ । ହେଲେ 4 ମାସ ହେବ ସରକାରଙ୍କ ପଛରେ ଆମେ ଦୌଡୁଛୁ । ହେଲେ ସରକାର ଆମକୁ ଧାରା ଛୁଆଁ ଦେଉ ନାହିଁ । ତେବେ ଦେଖିବାକୁ ବାକି ରହିଲା ଗଣଶିକ୍ଷା ବିଭାଗ ଏହାକୁ ନେଇ କେତେ ଦୂର ସମାଧାନର ବାଟ ଖୋଲୁଛି । 


Author : Asmitatv Date: 2026-04-08

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved