📞 +91 9583789855 📧 info@asmitatv.in
Asmita TV Logo

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବାଲେଶ୍ବର ପ୍ରଭାବ:  ଏକାଧିକ ପ୍ଲାଷ୍ଟିକ୍‌ ଶିଳ୍ପରେ ପଡିଲା ତାଲା
Apr 06, 2026

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ବାଲେଶ୍ବର ପ୍ରଭାବ: ଏକାଧିକ ପ୍ଲାଷ୍ଟିକ୍‌ ଶିଳ୍ପରେ ପଡିଲା ତାଲା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ବାଲେଶ୍ବର ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ବିଶ୍ବରେ ପଡ଼ିଛି । ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଛି । ପେଟ୍ରୋଲ୍‌ ଓ ଡିଜେଲ ଚିନ୍ତାବି ସାଧାରଣ ଖାଉଟିଙ୍କୁ ଘାରିଲାଣି । ବିଶେଷ କରି ଶିଳ୍ପସଂସ୍ଥାଗୁଡ଼ିକ ପ୍ରଭାବିତ ହେଉଛନ୍ତି । କିଛିଦିନ ହେବ ବାଲେଶ୍ବର ଜିଲ୍ଲାରେ ଲୋକେ ରନ୍ଧନ ଗ୍ୟାସ୍‌ ସମସ୍ୟା ସହ ଯୁଝି ହେଉଥିବା ବେଳେ କଞ୍ଚାମାଲ୍‌ ଓ କେମିକାଲ୍‌ର ଅଭାବ ଯୋଗୁ  ଏକାଧିକ ପ୍ଲାଷ୍ଟିକ୍‌ ଶିଳ୍ପସଂସ୍ଥାରେ ତାଲା ପଡ଼ିଗଲାଣି । ଯୁଦ୍ଧ ଯୋଗୁ ଅଶୋଧିତ ତେଲ (କ୍ରୁଡ୍‌ ଅଏଲ୍‌)ର ଦର ବୃଦ୍ଧି ହେବା ସହ ଯୋଗାଣରେ ବାଧା ଦେଖାଦେଇଛି । ଗତ ସପ୍ତାହରୁ ଅଶୋଧିତ ତେଲ ବ୍ୟାରେଲ୍‌ ପ୍ରତି ୧୦୦ ଡଲାର୍‌ ଅତିକ୍ରମ କରି ୧୧୧ ଡଲାର୍‌ରେ ପହଞ୍ଚିଛି।

ଯାହାଦ୍ବାରା ପ୍ଲାଷ୍ଟିକ୍‌ ଶିଳ୍ପ ପାଇଁ ଅଶୋଧିତ ତେଲରୁ ମିଳୁଥିବା ଆବଶ୍ୟକ କଞ୍ଚାମାଲ୍‌ ଦର ଅହେତୁକ ବୃଦ୍ଧି ପାଇଛି । ହାଇ ଡେନ୍‌ସିଟି ପଲିଏଥିଲିନ୍‌ (ଏଚ୍‌ଡିପିଇ) ଦାମ ଟନ୍‌ ପ୍ରତି ୯୧ ହଜାର ଟଙ୍କାରୁ ବଢ଼ି ୧.୬ ଲକ୍ଷ ଟଙ୍କା ହୋଇଯାଇଛି। ଲିନିଅର୍‌ ଲୋ-ଡେନ୍‌ସିଟି ପଲିଏଥିଲିନ୍‌ (ଏଲ୍‌ଏଲ୍‌ଡିପିଇ) ଓ ପଲି ଭିନାଇଲ୍‌ କ୍ଲୋରାଇଡ୍‌ (ପିଭିସି) ଦାମ ମଧ୍ୟ ବଢ଼ିଛି। ସେହିପରି ନାଫ୍‌ଥା, ଏଥିଲିନ୍‌, ପ୍ରୋପାଇଲିନ୍‌ ପରି କେମିକାଲ୍‌ ଦର ଉପରମୁହାଁ ହୋଇଛି। ଏପରି ସମୟରେ ବାଲେଶ୍ବର ଗଣେଶ୍ୱରପୁର ଶିଳ୍ପାଞ୍ଚଳରେ ପ୍ଲାଷ୍ଟିକ୍‌ ସାମଗ୍ରୀ ଉତ୍ପାଦନ କରୁଥିବା ୨୦ରୁ ଅଧିକ ଶିଳ୍ପସଂସ୍ଥା ପ୍ରଭାବିତ ହୋଇସାରିଲେଣି ବିଭିନ୍ନ ସାମଗ୍ରୀ ର ମୂଲ୍ୟ ଆକାଶ ଛୁଆଁ ହେଇଗଲାଣି ସେହିପରି 

ଜଗଦମ୍ବା ପଲିମର୍ସ, ହରିପ୍ଲାଷ୍ଟ ଭଳି ବଡ଼ ଶିଳ୍ପସଂସ୍ଥାର ଉତ୍ପାଦନ ପ୍ରାୟ ୭୦ ପ୍ରତିଶତ କମିଯାଇଛି। ଏକାଧିକ ଛୋଟ ଛୋଟ ଶିଳ୍ପାନୁଷ୍ଠାନରେ ତାଲା ପଡ଼ିଲାଣି। ସବୁ ଶିଳ୍ପସଂସ୍ଥାକୁ ମିଶାଇଲେ ଗତ ୧୫ ଦିନରୁ ଅଧିକ ହେବ ପ୍ରାୟ ହଜାରେରୁ ଅଧିକ ଶ୍ରମିକ ହାତବାନ୍ଧି ବସିଛନ୍ତି। ଆର୍‌ ସିଂହ ନାମକ ଜଣେ କର୍ମଚାରୀ କହିଛନ୍ତି, ଅନେକ ଶ୍ରମିକ କାମ ପାଉନାହାନ୍ତି, ଠିକା କର୍ମଚାରୀମାନଙ୍କୁ ମଧ୍ୟ କାମ ମିଳୁନି। ତେବେ ପ୍ଲାଷ୍ଟିକ୍‌ ଶିଳ୍ପ ପାଇଁ ଆବଶ୍ୟକ କଞ୍ଚାମାଲ୍‌ ଓ କେମିକାଲ୍‌ର ଦର ବୃଦ୍ଧି ଉଭୟ ମାଲିକ ଏବଂ କର୍ମଚାରୀଙ୍କୁ ଚିନ୍ତାରେ ପକାଇଛି। ସରକାର ଯଦି ଶୀଘ୍ର ସହାୟତାର ହାତ ନ ବଢ଼ାନ୍ତି ତେବେ ସ୍ଥିତି ଜଟିଳ ହେବାର ଆଶଙ୍କା ରହିଛି।

Author : Asmitatv Date: 2026-04-06

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved