📞 +91 9583789855 📧 info@asmitatv.in
Asmita TV Logo

ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଳିବ ପୋଷାକ
Apr 10, 2026

ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଳିବ ପୋଷାକ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ରାଜ୍ୟରେ କାଳବୈଶାଖୀ ପ୍ରକୋପ ଜାରି ରହିଥିଲେ ମଧ୍ୟ ଲୋକଙ୍କୁ ହନ୍ତସନ୍ତ କରୁଛି ଦିନ ତାପମାତ୍ରା । ଦିନର ତାପମାତ୍ରା 35 ଡିଗ୍ରୀ ସେଲସିଅସ ରହିଥିବା ବେଳେ ଅପରାହ୍ନରେ ବଦଳି ଯାଉଛି ପାଗର ମିଜାଜ । ରାତିରେ ଗରମରୁ ଟିକେ ଅସ୍ବସ୍ତି ମିଳୁଥିଲେ ମଧ୍ୟ ଦିନରେ ଜାରି ରହୁଛି ଗ୍ରୀଷ୍ମପ୍ରବାହ । ଏପରି ପରିସ୍ଥିତିରେ ପିଲାମାନଙ୍କର ସ୍କୁଲ ଯିବା କଷ୍ଟକର ହୋଇ ପଡୁଛି । ହେଲେ କେବେ ଖରା ଛୁଟି ଦିଆଯିବ ଏପର୍ଯ୍ୟନ୍ତ ତାର ଘୋଷଣା କରି ନାହାଁନ୍ତି ରାଜ୍ୟ ସରକାର ।

ଖରା ଛୁଟି ପୂର୍ବରୁ ସବୁ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବା ନେଇ ପୂର୍ବରୁ ଗଣଶିକ୍ଷା ବିଭାଗ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଥିଲା । ଉକ୍ତ ନିର୍ଦ୍ଦେଶକୁ ପାଳନ କରିବା ସହ ତୁରନ୍ତ ଜିଲ୍ଲାସ୍ତରୀୟ କମିଟି ୟୁନିଫର୍ମ ବଣ୍ଟନ ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି । ୨୦୨୬-୨୭ ଶିକ୍ଷାବର୍ଷରେ ଶିଶୁବାଟିକାରୁ ଦଶମ ଶ୍ରେଣୀ ପିଲାଙ୍କୁ ସ୍କୁଲ ୟୁନିଫର୍ମ, ହାଉସଡ୍ରେସ୍, ଜୋତା, ମୌଜା ମିଳିବ । ସେହିପରି ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପରିଚୟପତ୍ର ଓ ଟୋପି ଦିଆଯିବ । ପୂର୍ବରୁ ପୋଷାକ ତିଆରି ଦାୟିତ୍ୱରେ ଥିବା ମହିଳା ଏସଏଚଜି, ଏମଏସଇ, ଏସଏମସି, ଏସଏମଡିସି, ଭିଏମଡିସିଙ୍କୁ ପରିବର୍ତ୍ତନ କରାଯିବନି । ଜିଲ୍ଲାସ୍ତରୀୟ କମିଟି ପୋଷାକ ବଣ୍ଟନ କାମ ତଦାରଖ କରିବେ ।

Author : Asmitatv Date: 2026-04-10

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved