📞 +91 9583789855 📧 info@asmitatv.in
Asmita TV Logo

ବ୍ୟାଙ୍କକରୁ ଉଡି ଆସିଲା କୋଟି କୋଟି ଟଙ୍କାର ଗଞ୍ଜେଇ
Mar 24, 2026

ବ୍ୟାଙ୍କକରୁ ଉଡି ଆସିଲା କୋଟି କୋଟି ଟଙ୍କାର ଗଞ୍ଜେଇ

ଭୁବନେଶ୍ୱର ବିମାନ ବନ୍ଦରରୁ ଠାବ ହେଲା କୋଟି କୋଟି ଟଙ୍କାର ଗଞ୍ଜେଇ । କଷ୍ଟମ୍ସ ବିଭାଗ କଲା ଗଞ୍ଜେଇ ମାଫିଆଙ୍କ ପ୍ଲାନ ଫେଲ। ସୂଚନା ଅନୁଯାୟୀ, ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ କଷ୍ଟମ୍ସ ବିଭାଗଙ୍କ ନଜରରେ ଆସିଥିଲେ ଗଞ୍ଜେଇ ମାଫିଆମାନେ । ଏହାପରେ ଧରିଥିଲେ ଗଞ୍ଜେଇ ମାଫିଆଙ୍କୁ । ଜବତ ହୋଇଥିବା ଗଞ୍ଜେଇର ଓଜନ ପ୍ରାୟ ୬ କେଜି ବୋଲି ଜଣାପଡ଼ିଛି ଏବଂ ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଅଢ଼େଇ କୋଟିର ବୋଲି ଅନୁମାନ କରାଯାଉଛି। ତାମିଲନାଡୁର ୨ ଜଣ ଯୁବକ ଏହି ଗଞ୍ଜେଇ ନେଇ ଭୁବନେଶ୍ୱର ବିମାନ ବନ୍ଦରରେ ଆସିଥିବା ବେଳେ ବର୍ତ୍ତମାନ ତାଙ୍କୁ ଅଟକ ରଖିଛି କଷ୍ଟମ୍ସ ବିଭାଗ। ବ୍ୟାଙ୍କକରୁ ସୁରକ୍ଷିତ ଭାବେ ଗଞ୍ଜେଇ ପହଞ୍ଚାଇବାକୁ କରିଥିଲେ ପ୍ଲାନ୍, ହେଲେ ସ୍କାନିଂ ବେଳେ ଧରାପଡ଼ିଲେ ଦୁର୍ବୁତ୍ତ। 

ହେଲେ ବର୍ତ୍ତମାନ ପ୍ରଶ୍ନ ଏଇଟା ଉଠୁଛି ଯେ - କିପରି ବ୍ୟାଙ୍କକରୁ ଫ୍ଲାଇଟ ଯୋଗେ ଭୁବନେଶ୍ୱରକୁ ଆସିଲା ଗଞ୍ଜେଇ । କ'ଣ ବ୍ୟାଙ୍କକ ଗଞ୍ଜେଇ ମାଫିଆଙ୍କୁ ସମର୍ଥନ କରୁଛି ନିଶା ଦ୍ରବ୍ୟ ଚାଲାଣ କରିବାରେ । କ'ଣ ପାଇଁ ବ୍ୟାଙ୍କକରେ ଅଟକାଇନଥିଲେ କଷ୍ଟମ୍ସ ବିଭାଗ ? ଓଡ଼ିଶାରେ କାହା ପାଇଁ ଆଣିଥିଲେ ଏହି ନିଶା ? କିଏ ଚଳାଉଛି ଓଡ଼ିଶାରେ ନିଶା ବଜାର? କାହା ପାଇଁ ଏତେ କୋଟି ଟଙ୍କାର ଗଞ୍ଜେଇ ଅଣାଯାଇଛି ? 

Author : Date:

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved