ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଗତ କାଲି ଠାରୁ ବାହାର ଭଣ୍ଡାର ଗଣତି ଆରମ୍ଭ ହୋଇଛି । 8 ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରତ୍ନ ଭଣ୍ଡାର ଗଣତି ଚାଲିବ। ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ୍ ରହିବା ପରେ ପୁଣି ୧୩ ତାରିଖ ଏବଂ ୧୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି କାର୍ଯ୍ୟ ହେବ। ସ୍ବଚ୍ଛତା ଓ ସୁରକ୍ଷା ଦୃଷ୍ଟିରୁ ଗଣତି କାର୍ଯ୍ୟ ପାଇଁ ସମୟ ଆବଶ୍ୟକ ହୋଇଥିବାରୁ ଶନିବାର ମଧ୍ୟ ଗଣତି କାର୍ଯ୍ୟ ହେବ । ପୂର୍ବରୁ ଶନିବାର ଓ ରବିବାର ଗଣତି କାର୍ଯ୍ୟ ବନ୍ଦ୍ ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତେବେ ଗଣତି ସମୟରେ ବାହାର କାଠରୁ ଦର୍ଶନ କରିବେ ଶ୍ରଦ୍ଧାଳୁ ।
ରତ୍ନ ଭଣ୍ଡାର ଗଣତି ଠିକ ଭାବରେ ଚାଲୁଛି କି ନାହିଁ ଏହାର ଅନୁସନ୍ଧାନ କରିବା ପାଇଁ ଗଜପତି ମଧ୍ୟ ସମ୍ପୂର୍ଣ୍ଣ ଟିମ ସହ ସେଠାରେ ଉପସ୍ଥିତ ଥିଲେ । ଏହାକୁ ନେଇ ଗଜପତି କହିଛନ୍ତି ଯେ, ଏହା ସମ୍ବେଦନଶୀଳ ଏକ ପ୍ରସଙ୍ଗ ଏବଂ ସମୟ ସାପେକ୍ଷ । ଏହାର କୌଣସି ଡେଡ୍ ଲାଇନ୍ ନାହିଁ । ପ୍ରତି ଟି ପର୍ଯ୍ୟାୟରେ ଗଣତି ମଣତିକୁ ଗୁରୁତର ସହ ନିଆଯାଉଛି ।
ଅନ୍ୟପଟେ ଛତିଶା ନିଯୋଗ ମହାନାୟକ କହିଛନ୍ତି , 30 ପ୍ରତିଶତ ସରିଛି ବାହାର ଭଣ୍ଡାର ଗଣତି କାର୍ଯ୍ୟ । ଗୋଟିଏ ଗୋଟିଏ ଆର୍ଟିକିଲର ଗଣତି ମଣତି, ମ୍ୟାପିଙ୍ଗ, ତାଲିକା ପାଇଁ 30 ରୁ 40 ମିନିଟ୍ ସମୟ ଲାଗୁଛି ।
ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଯେ, ଭିଡିଓ ଗ୍ରାଫି, ଡକ୍ୟୁମେଣ୍ଟେସନ , 3D ମ୍ୟାପିଙ୍ଗ ଜିଲ୍ଲାପାଳଙ୍କ ନେତୃତ୍ୱରେ ସୁପର୍ ଭାଇଜିଙ୍ଗ କରାଯାଉଛି । ତରବରିଆ ଭାବରେ କୌଣସି କାର୍ଯ୍ୟ କରାଯାଉନାହିଁ। ଆସନ୍ତାକାଲି ମଧ୍ୟ ସକାଳ ଧୂପ ଶେଷ ପରେ ଗଣତି କାର୍ଯ୍ୟ ଆରମ୍ଭ ହେବ । ପ୍ରତ୍ୟେକ ଦିନ କାର୍ଯ୍ୟର ଅଗ୍ରଗତି ସୂଚନା ଦିଆଯିବ।8,9,10,11,13,16,17,18 ତାରିଖ ପର୍ଯ୍ୟନ୍ତ ଚାଲିବ ଗଣତି କାର୍ଯ୍ୟ ।
ତେବେ ଦେଖିବାକୁ ବାକି ରହିଲା ଏତେ ଦିନ ଧରି ଚାଲିଥିବା ଗୁଜବ ଯେ ରତ୍ନ ଭଣ୍ଡାରରେ ଥିବା ଅଳଙ୍କାର ଚୋରି ହୋଇଛି ତାହା ସତ କି ମିଛ କେବେ ସାମ୍ନାକୁ ଆସିବ ?
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved