ସକାଳେ ଜଳାଉଛି ଆଉ ସନ୍ଧ୍ୟାରେ ଭିଯାଉଛି । ହଠାତ ହଠାତ ବଦଳୁଛି ପାଗର ମିଜାଜ୍। ଆଜି କଳାହାଣ୍ଡି, କନ୍ଧମାଳ, ରାୟଗଡା, ମାଲକାନଗିରି ଓ କୋରପୁଟ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି । ଏହା ସହ ୩୦ ରୁ ୪୦ କିମି ପବନ ବୋହିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭଗ । ଆସନ୍ତା ତିନି ଦିନ ପାଇଁ କାଳବୈଶାଖୀ ବର୍ଷା ଜାରି ରହିବ ଏବଂ ଧୀରେ ଧୀରେ ବଢିବ ଏହାର ପ୍ରଭାବ। ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୬ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ପବନର ବେଗ ୪୦ରୁ ୫୦ କିମି ପର୍ଯ୍ୟନ୍ତ ରହିପାରେ ବୋଲି କହିଛି ପାଣିପାଗ ବିଭାଗ।
ଅନ୍ୟପଟେ ସାଟେଲାଇଟ୍ ଚିତ୍ରରେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରାୟ ୧୦୦୦ କିଲୋମିଟର ଲମ୍ବର ଏକ ବିଶାଳ ମେଘମାଳା ଭାରତ ଓ ପାକିସ୍ତାନର ଏକ ବଡ଼ ଅଞ୍ଚଳକୁ ଘୋଡ଼ାଇ ରଖିଛି । ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଉପରେ ଏହାର ପ୍ରଭାବ ରହିଛି । ଉତ୍ତର-ପଶ୍ଚିମ ଭାରତର ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା, ବଜ୍ରପାତ ସହ ପ୍ରବଳ ପବନ ବୋହିବ ବୋଲି ଆଇଏମଡି କହିଛି । ବଜ୍ରପାତ ସାଙ୍ଗକୁ କୁଆପଥର ବୃଷ୍ଟି ସହ ହଠାତ୍ ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନ ଆଣିପାରେ । ଯାହାକି ଗ୍ରୀଷ୍ମ ପ୍ରଭାବରୁ ସାମୟିକ ଆଶ୍ୱସ୍ତି ଦେଇପାରେ । ଏହି ମେଘମାଳା କୃଷି କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଚାଷ ଜମିରେ ଥିବା ଶସ୍ୟ ବ୍ୟାପକ କ୍ଷୟକ୍ଷତି ହେବାର ଭୟ ରହିଛି । ଉତ୍ତରଭାରତର ଚାଷୀମାନଙ୍କୁ ସତର୍କ ରହିବାକୁ ଆଇଏମଡି ପରାମର୍ଶ ଦେଇଛି ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved