📞 +91 9583789855 📧 info@asmitatv.in
Asmita TV Logo

ପୁଣି ଚର୍ଚ୍ଚାରେ ଆଇଆଇଟି ବାବା
Apr 09, 2026

ପୁଣି ଚର୍ଚ୍ଚାରେ ଆଇଆଇଟି ବାବା

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: 2025 କୁମ୍ଭମେଳା ଅନେକ ଜଣଙ୍କୁ ରାତାରାତି ନୂତନ ପରିଚୟ ଦେଇଛି। ତା ମଧ୍ୟରୁ ଜଣେ ହେଉଛନ୍ତି ଆଇଆଇଟି ବାବା ଅଭୟ ସିଂ । ମହାକୁମ୍ଭ ପରେ ସେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଏକା ନୁହନ୍ତି ତାଙ୍କ ପତ୍ନୀ ପ୍ରୀତିକା ମଧ୍ୟ ସାଙ୍ଗରେ ଅଛନ୍ତି । ତାଙ୍କ ପତ୍ନୀ ଜଣେ ଇଞ୍ଜିନିୟର । ହେଲେ ସେ ମଧ୍ୟ ତାଙ୍କ ସ୍ୱାମୀଙ୍କ ଭଳି ଆଧ୍ୟତ୍ମିକତାର ବାଟରେ ଯିବାକୁ ଚାହୁଁଛନ୍ତି । ସନାତନ ଧର୍ମକୁ ଆଗକୁ ବଢାଇବା ସହ ଏଥି ପାଇଁ କାମ କରିବା ପାଇଁ ଦୁହେଁ ଖୁବ ଶୀଘ୍ର ସନାତନ ବିଶ୍ଵ ବିଦ୍ୟାଳୟ ତିଆରି କରିବେ । ସେହି ବିଦ୍ୟାଳୟରେ ସାଂସାରିକ ଜ୍ଞାନ ସହ ଆଧ୍ୟାତ୍ମିକ ସାଧନା ଏବଂ ବିଭିନ୍ନ ପ୍ରକାରର ସାଧନା ଶିଖାଯିବ । ଦୁହେଁ 15 ଫେବୃଆରୀ ମହାଶିବରାତ୍ରି ଦିନ ହିମାଚଳର ଏକ ଶିବ ମନ୍ଦିରରେ ବିବାହ କରିଥିଲେ।

Author : Asmitatv Date: 2026-04-09

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved