📞 +91 9583789855 📧 info@asmitatv.in
Asmita TV Logo

ବୈଭବଙ୍କ ଧମାକା RR ର ଜବରଦସ୍ତ ବିଜୟ
May 28, 2026

ବୈଭବଙ୍କ ଧମାକା RR ର ଜବରଦସ୍ତ ବିଜୟ

ବୈଭବ ସୂର୍ଯ୍ୟବଂଶୀଙ୍କ ଧମାକା ରାଜସ୍ଥାନ ରୟାଲ୍ସର ଜବରଦସ୍ତ ବିଜୟ ହୋଇଛି।୮୧ ରନରେ ୫ ଓ୍ଵିକେଟ୍ ହରାଇ ମୁସ୍କିଲରେ ପଡ଼ିଥଲା ହାଇଦ୍ରାବାଦ। ତେବେ ନୀତିଶ କୁମାର ରେଡ୍ଡୀ ଓ ସଲିଲ ଆରୋରା କିଛି ସମୟ ଦଳ ପାଇଁ ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଦୁହେଁ ଷଷ୍ଠ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ହେଲେ ଏହି ଯୋଡ଼ି ଭାଙ୍ଗିବା ସହ ହାଇଦ୍ରାବାଦ ପୁଣି ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ନୀତିଶ କୁମାର ରେଡ୍ଡୀ ୨୦ ବଲରୁ ୩୮ ରନ ଏବଂ ସଲିଲ ଆରୋ ୩୫ ରନ କରି ପାଭିଲିୟନ ଫେରିଥିଲେ। ଶେଷ ଆଡ଼କୁ ଶିଭାଙ୍ଗ କୁମାର ୩୦ ରନ କରିଥିଲେ। ହାଇଦ୍ରାବାଦ ୧୯୬ ରନରେ ସୀମିତ ରହିଛି।ଆଉ ରାଜସ୍ଥାନ ୪୭ ରନରେ ମ୍ୟାଚକୁ ଜିତି ଦ୍ଵିତୀୟ କ୍ଵାଲିଫାୟରରେ ପ୍ରବେଶ କରିଛି। ବୋଲିଂରେ ଜୋଫ୍ରା ଆର୍ଚର ୫୮ ରନ ଦେଇ ୩ ଓ୍ଵିକେଟ୍ ନେଇଛନ୍ତି। ନାନ୍ଦ୍ରେ ବର୍ଗର ଓ ସୁଶାନ୍ତ ମିଶ୍ର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Author : asmitatv live Date: 2026-05-28

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved