ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ତାଣ୍ଡବ କରୁଛି କାଳବୈଶାଖୀ। ସକାଳେ ଗ୍ରୀଷ୍ମ ପ୍ରବାହରେ ହସ୍ତ ସନ୍ତ ହେଉଥିବା ବେଳେ ଅପରାହ୍ନରେ ମିଳୁଛି ଆଶ୍ବସ୍ତି। ତେବେ କାଳବୈଶାଖୀ ଝଡ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବାସୁଦେବପୁର ବ୍ଲକ ଓ ପୌରପାଳିକାର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଦେଇଛି ତ ପୁଣି କେଉଁଠି ବୋର୍ଡ ଉଡାଇ ନେଇଛି । ଦୀର୍ଘ ସମୟ ଧରି ବର୍ଷା ଯୋଗୁଁ ପରିବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ଭଦ୍ରକ ଜିଲ୍ଲାର ବାସୁଦେବପୁର ପୌରପାଳିକାର ଦେଉଳି ଗ୍ରାମରେ କାଳବୈଶାଖୀର ଅଦିନିଆ ବର୍ଷାରେ ନଷ୍ଟ ହୋଇଯାଇଛି ପରିବା ଚାଷ । ଚାଷ ଜମିରେ ଜମି ରହିଛି ବର୍ଷା ପାଣି । ଚାଷୀମାନେ ନାଳ କରି ପାଣି କାଟୁଛନ୍ତି । କୁଆପଥର ମାଡରେ ଏକର ଏକର ଜମିର ଟମାଟ ନଷ୍ଟ ହୋଇଛି । କୁଆପଥର ମାଡରେ ବାଇଗଣ ବାଡିରେ ଭାଙ୍ଗି ଯାଇଛି ବାଇଗଣ ଗଛ । ବାଇଗଣ, ଟମାଟ, ଭେଣ୍ଡି, କାକୁଡି,କଲରା, ବୋଇତାଳୁ, ପୋଇ, ଝୁଡ଼ଙ୍ଗ ପରିବା ପାଣିରେ ଭାସୁଛି । ଦିନ ରାତି ଜମିରେ ପଡି ଚାଷୀ ପାଣି କାଟୁଛନ୍ତି । ଆଖି ଆଗରେ ଲକ୍ଷ ଲକ୍ଷ ଟଙ୍କାର ପରିବା ଉଜୁଡି ଯାଉଛି । ଲକ୍ଷ ଲକ୍ଷ ଟଙ୍କା ଋଣ କରିଥିବା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛିକାଳବୈଶାଖୀ । କେମିତି ଶୁଝିବେ ଋଣ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। ଚାତକ ଆଖିରେ ସରକାରଙ୍କ ସହାୟତାକୁ ଅନେଇ ବସିଛନ୍ତି ଚାଷୀ ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved