କେବେ ଥମିବ ଗ୍ୟାସ୍ ଯନ୍ତ୍ରଣା ? ସରକାର କହୁଛନ୍ତି ଗ୍ୟାସ୍ ପ୍ରଚୁର ପରିମାଣରେ ଅଛି, ତାପରେ ବି ମିଳୁନି ଗ୍ୟାସ୍ । ଏବେବି ଗ୍ୟାସ୍ ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା । ସାରା ଓଡିଶା ରୁ ଆସିଛି ଏମିତି କିଛି ଚିତ୍ର । ଯାହାକୁ ଦେଖିଲେ ଆପଣ ବି ବିଶ୍ୱାସ କରିପାରିବେନି କି ଗ୍ୟାସ୍ ପାଇଁ ବି ଏମିତି ଡହଳ ବିକଳ ହୋଇ ପାରନ୍ତି ଜନତା । ବୁକିଂ ହେଉଛି, କନଫର୍ମ ଓଟିପି ମଧ୍ୟ ଆସୁଛି । କିନ୍ତୁ ମିଳୁନି ଗ୍ୟାସ ସିଲିଣ୍ଡର । ଗ୍ୟାସ୍ ସିଲିଣ୍ଡର ନପାଇ କାରଣ ଖୋଜିବାକୁ ଗ୍ୟାସ୍ ଅଫିସ ଆଗରେ ଲାଗୁଛି ଗ୍ରାହକଙ୍କ ଲମ୍ବା ଲାଇନ୍ ।
ଗ୍ୟାସ ବୁକିଂ ପରେ ମଧ୍ୟ ମାସ ମାସ ହେବ ଗ୍ୟାସ ନମିଳୁଥିବାରୁ ଅଭିଯୋଗ ଜଣାଇବାକୁ ଏହି ଲମ୍ବା ଲାଇନ ଲାଗୁଛି । ବୁକିଂର ନୂଆ ନିୟମ ପରେ ମଧ୍ୟ ବୁକିଂ କଲେ ଏଜେନ୍ସି ଗ୍ୟାସ ଯୋଗାଇ ଦେଉନଥିବା ଅଭିଯୋଗ ଆଣିବା ସହିତ ଗ୍ରାହକମାନେ ଅସନ୍ତୋଷ ଜାହିର କରିଛନ୍ତି । ଅନ୍ୟପଟେ ସଠିକ ଭାବେ ଗ୍ୟାସ ଯୋଗାଣ ହେଉନଥିବା ଘଟଣାକୁ ଏଜେନ୍ସି କର୍ମଚାରୀ ସ୍ୱୀକାର କରିଛନ୍ତି । ଏହାସହ ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି କହିଛନ୍ତି ସରକାର ଏହା ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ସାଧାରଣ ରେ ଦାବି ହେଉଛି
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved