ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ପାଇଁ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ । ବାଟି ବାଟି ସମ୍ପତ୍ତି ଥାଇ ମଧ୍ୟ ସେବାୟତଙ୍କ ବିବାଦ ପାଇଁ ଉପାସରେ ରହିବାକୁ ବାଧ୍ୟ ହେଲେ ପ୍ରଭୁ । କେଉଁ ସେବାୟତ ପ୍ରଭୁ ଲିଙ୍ଗରାଜଙ୍କୁ ରୂପା ଘୋଡ଼ଣୀକୁ ଲାଗି କରିବ ଏନେଇ ବିବାଦରେ ଦୁଇ ଗୋଷ୍ଠୀ ସେବାୟତ ହୋଇଛନ୍ତି ମୁହାଁମୁହିଁ । ଏଥିପାଇଁ ବନ୍ଦ କରିଦେଲେ ପ୍ରଭୁ ଲିଙ୍ଗରାଜଙ୍କର ନିତି । ପରିସ୍ଥିତି ଏପରି ହେଲା ଯେ ହାତାହାତି ହୋଇଗଲେ ବଡୁ ନିଯୋଗ ଓ ସୁଆର ନିଯୋଗ। ସେବାୟତଙ୍କ ପାଇଁ ଦିନଯାକ ଉପାସ ରହିଲେ ପ୍ରଭୁ ଲିଙ୍ଗରାଜ । ଦର୍ଶନ ପାଇଁ ଆସିଥିବା ଭକ୍ତମାନେ କରି ପାରିଲେନି ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ଦର୍ଶନ । ନିରାଶ ହେଲେ ଭକ୍ତ ।
ଅନ୍ୟପଟେ ମନ୍ଦିରର ସେବାୟତ ଏହାକୁ ନେଇ କହିଛନ୍ତି ଯେ, ଏହା ଏକ ପୂର୍ବନିର୍ଦ୍ଧାରିତ ବିବାଦ । ଏହି ମାମଲାକୁ ନେଇ ତଦନ୍ତ କରାଯିବ । ତଦନ୍ତ ପରେ ଟ୍ରଷ୍ଟ ବୋର୍ଡକୁ ରିପୋର୍ଟ ପଠାଯିବ ଏବଂ ଟ୍ରଷ୍ଟ ବୋର୍ଡ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବେ ।
ଆସନ୍ତା 20 ତାରିଖରେ ହେବାକୁ ଥିବା ଟ୍ରଷ୍ଟ ବୋର୍ଡ ମିଟିଂରେ ପୁଣିଥରେ ସେବାୟତଙ୍କ ଦାୟିତ୍ୱକୁ ଘୋଷଣା କରାଯିବ । ଯେଉଁ ସେବାୟତଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତା ବାବଦରେ ଯଦି କୌଣସି ସେବାୟତ ଅଲଗା କାର୍ଯ୍ୟ କରନ୍ତି ତେବେ ସେଥି ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ମାମଲାକୁ ନେଇ ଅଧିକ ତଦନ୍ତ କରିବାକୁ ଆଦେଶ ଦେଇଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ।
ବିବାଦ ବିବାଦ ଭିତରେ ବଳି ପଡିଯାଉଛନ୍ତି ମହାପ୍ରଭୁ ଲିଙ୍ଗରାଜ । ସେବାୟତମାନଙ୍କ ମଧ୍ୟରେ ବିବାଦ ପାଇଁ ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିରେ ବ୍ୟାପକ ବାଧା ସୃଷ୍ଟି ହେଉଛି । ଏହା ଆଗରୁ ବି ହେଉଥିଲା ଏବେ ବି ହେଉଛି । ତେବେ ପ୍ରସାଶନ କରୁଛି କଣ ? କାହିଁକି ସମାଧାନ କରିପାରୁନାହିଁ ପ୍ରସାଶନ ? ଏହା ପ୍ରସାଶନର ଅପାରଗତା ନା ଅବହେଳା ?
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved