ଓଡ଼ିଶାରେ ପୁରି ରହିଛନ୍ତି ବାଙ୍ଗଲାଦେଶୀ । ସହର ଠୁ ଗ୍ରାମ , ଗ୍ରାମ ଠୁ ସହର ସବୁ ଜାଗାରେ ବ୍ୟାପିଛନ୍ତି ବାଂଲାଦେଶୀ । ଏ କଥା ସ୍ୱୟଂ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର।ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଆଜି ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ବିଜେପି ସରକାର ଆସିବା ପରେ ଓଡ଼ିଶାରେ ୭୭ ଜଣ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯିବା ସହ ସେଥିରୁ ୭୫ଜଣଙ୍କୁ ଦେଶାନ୍ତର କରାଯାଇଛି ।
ବାକି ଦୁଇ ଜଣ ଜାଲ୍ କାଗଜପତ୍ର ଦେଇ ଭାରତୀୟ ପାସପୋର୍ଟ କରିଥିବାରୁ ସେମାନଙ୍କ ବିରୋଧରେ କେସ୍ କରାଯାଇ କୋର୍ଟ ଚାଲାଣ କରାଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାରେ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ, ଅଟକ ଓ ଦେଶାନ୍ତରୀକରଣ ପାଇଁ "ସ୍ୱତନ୍ତ୍ର କାର୍ଯ୍ୟ ବାହିନୀ'' ଗଠନ କରାଯାଇଛି । ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିୟମିତ ଭାବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଉଛି ଓ ସମସ୍ତ ଆରକ୍ଷୀ ଅଧୀକ୍ଷକମାନେ ସେହି ନିର୍ଦ୍ଦେଶାବଳୀ ଅନୁସାରେ କାର୍ଯ୍ୟ କରୁଛନ୍ତି ।
୨୦୨୪ ଜୁନ ମାସ ପରଠାରୁ ୨୦୨୬ ଫେବ୍ରୁଆରି ୨୮ ତାରିଖ ମଧ୍ୟରେ ସମୁଦାୟ ୭୭ଜଣ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଛି । ଭୁବନେଶ୍ୱରକ୍ଷହ ୨୬, କଟକରେ ୧୫, ବ୍ରହ୍ମପୁରରେ ୬, ଗଞ୍ଜାମରେ ୧, କନ୍ଧମାଳ-୪, କୋରାପୁଟ-୧, କେନ୍ଦ୍ରାପଋା-୩ ଓ ଜଗତସିଂହପୁର-୨୧ । ଏମାନଙ୍କ ଭିତରୁ ଗଞ୍ଜାମରୁ ଜଣେ , କନ୍ଧମାଳରୁ ଜଣେ ) ବାଂଲାଦେଶୀ ଅନୁପ୍ରବେଶକାରୀ, ଜାଲ କାଗଜପତ୍ର ଦେଇ ନିଜ ନାଁରେ ଭାରତୀୟ ପାସପୋର୍ଟ କରିନେଇଥିବାରୁ ସେମାନଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପରେ କୋର୍ଟଚାଲାଣ କରାଯାଇଛି ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved