ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ସୋସିଆଲ ମିଡିଆ ବ୍ୟବହାରୀଙ୍କ ପାଇଁ ବଡ଼ ସୂଚନା। ମହଙ୍ଗା ପଡିବ ଅଶ୍ଳୀଳ ବା ଅପଶବ୍ଦ ବ୍ୟବହାର କରିବା । ସମସ୍ତଙ୍କ ପାଖରେ ରହିଛି ବାକ ସ୍ୱାଧୀନତା । ଯାହାର ଫାଏଦା ଉଠାଉଛନ୍ତି ଜନତା । ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ସହ ଅପମାନ ଜନକ ପୋଷ୍ଟ, କମେଣ୍ଟ ବା ଭାଷା ବ୍ୟବହାର କରୁଛନ୍ତି ଲୋକେ । ଆମେ ସମସ୍ତେ ଦୂର ଦୁରାନ୍ତରେ ଥିଲେ ମଧ୍ୟ ସୋସିଆଲ ମିଡିଆ ଆମ ସମସ୍ତଙ୍କୁ ବହୁତ ପାଖରେ ରଖିଥାଏ ।
ଆଉ ଦୂରରେ ରହିବାର ଫାଏଦା ଉଠାଇଥାନ୍ତି କିଛି ନିଚ୍ଚ ମାନସିକତା ରଖିଥିବା ବ୍ୟକ୍ତି । ନିଜ ଘରେ ବସି ଲୋକମାନେ କାହାକୁ, କଣ, ବୟସ, ପ୍ରସଙ୍ଗ ସବୁ ଭୁଲି ଯାଇ ନିଜ ମନରେ ଥିବା ଖରାପ ଚିନ୍ତାଧାରାକୁ ପ୍ରକାଶ କରିଥାନ୍ତି । ଯାହା ଦ୍ୱାରା ଅନେକ ସମୟରେ ଏକ ନକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ଏହାକୁ ରୋକିବା ପାଇଁ ରାଜ୍ୟରେ Prevention of hate speech and hate crime ଆକ୍ଟ ଲାଗୁ କରିବାକୁ ଯୋଜନା କରିଛନ୍ତି ସରକାର। ଏନେଇ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି ଆଇନ କମିଶନ । ଖୁବ ଶୀଘ୍ର ଏହାକୁ ଡ୍ରାଫ୍ଟ କରି ଆଇନକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।
ନିକଟରେ କର୍ଣ୍ଣାଟକରେ ଏହି ଆଇନ କାର୍ଯ୍ୟକାରୀ ହୋଇଥିବା ବେଳେ ତେଲେଙ୍ଗାନା ମଧ୍ୟ ଏହି ଆଇନ କାର୍ଯ୍ୟକାରୀ କରିବାକୁ ଯାଉଛି। ଯେଉଁଥିରେ ୫୦ ହଜାର ଟଙ୍କାର ଜରିମାନା ସହ ଅତିକମରେ ଏକ ବର୍ଷ ଏବଂ ୭ ବର୍ଷ ଯାଏଁ ଜେଲ ଦଣ୍ଡ ମଧ୍ୟ ରହିଛି। ସେହିପରି ଦ୍ୱିତୀୟ ଅପରାଧ ପାଇଁ ୧ ଲକ୍ଷ ଟଙ୍କା ଜରିମାନା ସହ ଅତିକମରେ ଦୁଇ ବର୍ଷ ଜେଲ ଏବଂ ସର୍ବାଧିକ ୧୦ ବର୍ଷ ଯାଏଁ ଜେଲ ଦଣ୍ଡାଦେଶ ପ୍ରାବଧାନ ରହିଛି।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved