📞 +91 9583789855 📧 info@asmitatv.in
Asmita TV Logo

ସରିଛି ମାଓବାଦିଙ୍କ ଆତ୍ମସମର୍ପଣ ସମୟସୀମା
Mar 31, 2026

ସରିଛି ମାଓବାଦିଙ୍କ ଆତ୍ମସମର୍ପଣ ସମୟସୀମା

  • ମାଓମୁକ୍ତ ହେଲା ଓଡ଼ିଶା
  • ସରିଛି ମାଓବାଦିଙ୍କ ଆତ୍ମସମର୍ପଣ ସମୟସୀମା 
  • ବାକିଥିବା ହାତ ଗଣତି ମାଓଙ୍କୁ କରାଯିବ ନିପାତ
  • ୩୫୯ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି ମାଓ 
  • ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ମାଓ ଅପରେସନ୍

ଆତ୍ମସମର୍ପଣ ନେଇ ମାଓବାଦୀଙ୍କୁ ଦିଆଯାଇଥିବା ସମୟସୀମା ଆଜି ଶେଷ ହୋଇଛି। ଆଉ ମିଳିବନି ଆତ୍ମସମର୍ପଣ କରିବା ପାଇଁ ସୁଯୋଗ। ଏଭଳି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଞ୍ଜୀବ ପଣ୍ଡା କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଯେ, ଯେଉଁ ହାତ ଗଣତି କେତେ ଜଣ ରହିଛନ୍ତି, ସେମାନଙ୍କୁ ନିପାତ କରିବୁ। ସେମାନେ ଓଡ଼ିଶାରେ ମାଓ ରିକ୍ରୁଟ କରିବାରେ ସଫଳ ହୋଇ ନାହାନ୍ତି। ଯେଭଳି ପୁନଃସଂଗଠିତ ନ ହୁଅନ୍ତି ତାହାକୁ ଗୁରୁତ୍ବ ଦିଆଯାଉଛି । 

ମାଓ ଦମନ ନେଇ ଟାର୍ଗେଟ୍ରେରେ ସଫଳ ହୋଇଛୁ । ସେଣ୍ଟ୍ରାଲ କମିଟି ସଦସ୍ୟ ଗଣେଶ ୱିକେଙ୍କ ନିପାତ ଟର୍ଣ୍ଣିଂ ପଏଣ୍ଟ ଥିଲା ବୋଲି କହିଛନ୍ତି ସଞ୍ଜୀବ ପଣ୍ଡା। ମାଓ ଅପରେସନରେ ୧୫୬ ମାଓବାଦୀ ନିପାତ ହୋଇଥିବାବେଳେ ୯ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଓଡ଼ିଶାରେ ‘୭୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ବେଳେ ୪୨ ଜଣ ମାଓବାଦୀ ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର୯ଟି ଜିଲ୍ଲା ମାଓ ପ୍ରଭାବିତ ଥିଲା ସେଥିରୁ ୮ଟି ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ମାଓ ମୁକ୍ତ ହୋଇଛି। ମାଓ ଅପରେସନରେ ୨୩୯ ଜଣ ଯବାନ ସହିଦ ହୋଇଛନ୍ତି । ବାକିଥିବା ମାଓବାଦୀଙ୍କୁ ଧରିବା ପାଇଁ ଆଗାମୀ ଦୁଇ ବର୍ଷ ପର୍ୟ୍ୟନ୍ତ  ମାଓ ଅପରେସନ ଜାରି ରହିବ ବୋଲି କହିଛନ୍ତି ଆଣ୍ଟି ନକ୍ସଲ ଅପରେସନ  ADG ସଞ୍ଜୀବ ପଣ୍ଡା ।

Author : asmitatv live Date: 2026-03-31

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved