ରାଜ୍ୟରେ ଅଭାବ ହେଲାଣି ପେଟ୍ରୋଲ । ପେଟ୍ରୋଲ ନମିଳିବାରୁ ହଇରାଣ ହେଉଛନ୍ତି ଗାଡି ଚାଳକ। ଗତ ଦୁଇ ଦିନ ଧରି ସହରର ଅଧିକାଂଶ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳୁନଥିବା ଅଭିଯୋଗ କରିଛନ୍ତି ଚାଳକମାନେ । ଏହାର ସିଧାସଳଖ ପ୍ରଭାବ ପଡିଛି ଦୈନିକ ଯାତାୟାତ ଉପରେ, ଯାହା ଫଳରେ ରାଜଧାନୀବାସୀ ଭାରି ଅସୁବିଧାରେ ପଡୁଛନ୍ତି । ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବରୁ ତୈଳ ସମସ୍ୟା ଗମ୍ଭୀର ହୋଇଯାଇଛି ।
ଯୁଦ୍ଧ ପାଇଁ ହର୍ମୁଜ ବାଟ ବନ୍ଦ ରହିଥିବାରୁ ଆସି ପାରୁନି ତୈଳ ଟ୍ୟାଙ୍କର । ଯାହାର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ପଡିଛି । କିଛି ପେଟ୍ରୋଲ ପମ୍ପରେ ତେଲ ନଥିବା କାରଣରୁ ବନ୍ଦ ହୋଇ ପଡିଛି ପେଟ୍ରୋଲ ପମ୍ପ । ଭୁବନେଶ୍ୱର ଲୁଇସ ରୋଡରେ ବି ମିଳୁନି ପେଟ୍ରୋଲ। ଆଜିକୁ ଦୁଇ ଦିନ ହେବ ପେଟ୍ରୋଲ ମିଳୁନ ଥିବାରୁ ଗ୍ରାହକମାନେ ହଇରାଣ ହେଉଛନ୍ତି । ପେଟ୍ରୋଲ ସଂକଟ ଦିନକୁ ଦିନ ଗଭୀର ହେଉଥିବାବେଳେ ଏହାର ସମାଧାନ ପାଇଁ ସରକାର ଓ ସମ୍ବନ୍ଧିତ ବିଭାଗର ତୁରନ୍ତ ପଦକ୍ଷେପ ଆବଶ୍ୟକ ବୋଲି ଦାବି କରିଛନ୍ତି ସାଧାରଣ ଲୋକ ।
Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.
© 2026, Asmitatv – Latest Odisha News in Odia | Breaking News Today. All Rights Reserved