📞 +91 9583789855 📧 info@asmitatv.in
Asmita TV Logo

ଧ୍ବଜାବନ୍ଧା ରସିଦ ସ୍କାମ: ସେବକ ନିଲମ୍ବିତ
Apr 08, 2026

ଧ୍ବଜାବନ୍ଧା ରସିଦ ସ୍କାମ: ସେବକ ନିଲମ୍ବିତ

ଭୁବନେଶ୍ୱର ଅସ୍ମିତାଟିଭି ଲାଇଭି: ପୁରୀ ଧ୍ବଜାବନ୍ଧା ରସିଦ ସ୍କାମରେ ଛତାର ସେବକ ନିଲମ୍ବିତ । 6 ମାସ ପାଇଁ ଛତାର ସେବକ ରଞ୍ଜିତ କରଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବିତ କଲେ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ । ହାଇଦ୍ରାବାଦର ଜଣେ ଭକ୍ତଙ୍କୁ 14 ହାତି ଧ୍ଵଜାର ଜାଲ ରସିଦ ଦେଇଥିଲେ। ସୂଚନା ଅନୁଯାୟୀ, ଗତ 1 ତାରିଖରେ ହାଇଦ୍ରାବାଦର ଜଣେ ଭକ୍ତ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ଆସି ଜଣେ ସେବାୟତଙ୍କ ସହଯୋଗରେ ଧ୍ୱଜା ବାନ୍ଧିବାକୁ ରସିଦ କାଟିଥିଲେ । ଉକ୍ତ ରସିଦ ଦେଖାଇ ଧ୍ୱଜା ବାନ୍ଧିବାକୁ କହିବାରୁ ତାହା ଏକ ନକଲି ରସିଦ ବୋଲି ଜଣାପଡ଼ିଥିଲା । ଏହାକୁ ନେଇ ଉକ୍ତ ସେବାୟତଙ୍କୁ ନୋଟିସ୍ ଜାରି କରି ତିନି ଦିନ ମଧ୍ୟରେ ଜବାବ ରଖିବାକୁ କହିଥିଲେ । ଏହା ସହିତ ଶ୍ରୀମନ୍ଦିର ଥାନାରେ ପ୍ରଶାସନ ପକ୍ଷରୁ ଏକ ଏତଲା ମଧ୍ୟ ଦିଆଯାଇଥିଲା ।

Author : Asmitatv Date: 2026-04-08

About Us

Asmita TV is a dynamic and trusted voice in Odisha, committed to delivering credible, timely, and impactful news to its audience. Our goal is not just to report news, but to provide context, clarity, and perspective.

Asmitatv – Latest Odisha News in Odia | Breaking News Today

News

Tags

© 2026, Asmitatv – Latest Odisha News in Odia | Breaking News Today. All Rights Reserved